ଭାଲୁ ଆକ୍ରମଣରେ ମାଁ ଓ ଝିଅ ଗୁରୁତର : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସୂଚନା

ମାଲକାନଗିରି (କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ମୁଦୁଲିପଡା ପଞ୍ଚାୟତ ଅନ୍ତର୍ଗତ କିର୍ଷାନୀପଡ଼ା ଗ୍ରାମର ମାଆ, ଝିଅ ଆଜି ସକାଳେ ଭାଲୁ କାମୁଡ଼ାରେ ଗୁରୁତର ହେଇଛନ୍ତି l ମାଲକାନଗିରି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ କିର୍ଷାନୀପଡ଼ା ଗ୍ରାମର ସମ୍ବାରୀ ଶିଶା ଓ ତାଙ୍କ ୧୦/୧୨ ବର୍ଷ ବୟସ୍କା କନ୍ୟା ସରିତା ଶିଶାଙ୍କ ସହିତ ଆଜି ସକାଳ ୧୦:୦୦ଟା ବେଳେ ନିଜ ଜମିକୁ ଚାଷ କରିବାକୁ ଯାଉଥିଲେ । ଏହି ସମୟରେ ହଠାତ ଏକ ଭାଲୁ ଆସି ଉଭୟ ମାଁ ଝିଅଙ୍କୁ ଆକ୍ରମଣ କରିଥିଲା । ଫଳରେ ମାଆ ଓ ଝିଅ ଗୁରୁତର ଆହତ ହୋଇଥିଲେ l ସେହି ରାସ୍ତା ଦେଇ ଗ୍ରାମବାସୀ ମାନେ ନିଜ ନିଜ ଜମିକୁ ଚାଷ କରିବାକୁ ଯିବା ସମୟରେ ଗୁରୁତର ଅବସ୍ଥାରେ ମାଆ ଓ ଝିଅକୁ ଦେଖିବାକୁ ପାଇଥିଲେ ।

ଗ୍ରାମବାସୀ ମାନେ ଘଟଣା ସ୍ଥଳରେ ପହଂଚି ମାଁ ଓ ଝିଅଙ୍କୁ ଉଦ୍ଧାର କରି କାଉଡ଼ି କରି ଗ୍ରାମକୁ ଆଣି ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ l ଭାଗ୍ୟର ବିଳମ୍ବନା ମାଁ ଝିଅକୁ ଆଣିବାକୁ ଯାଇଥିବା ଆମ୍ବୁଲାନ୍ସ ରାସ୍ତା ନ ଥିବାରୁ ସେହି ଗ୍ରାମରେ ପହଂଚି ପାରି ନଥିଲା l ଶେଷରେ ଗ୍ରାମବାସୀ ମାନେ କୌଣସି ବାଟ ନ ପାଇ ଗୁରୁତର ମାଁ ଝିଅକୁ ଭାରରେ ବୋହିକି ଆମ୍ବୁଲାନ୍ସ ପ୍ରଯ୍ୟନ୍ତ ଆଣିଥିଲେ l ଏହାପରେ ୧୦୮ ଆମ୍ବୁଲେନ୍ସ ଯୋଗେ ଉଭୟଙ୍କୁ ତୁରନ୍ତ ଖାଇରପୁଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଥିଲେ ସେଠାରୁ ତାଙ୍କୁ ମାଲକାନଗିରି ମୂଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତି କରାଜାଇଥିଲା । ମୁଖ୍ୟ ଚିକିତ୍ସାଳୟରେ ପହଁଚିବା ମାତ୍ରେ ଡାକ୍ତରମାନେ ଦୁଇ ଗୁରୁତରଙ୍କୁ କୌଣସି ଅବହେଳା ନ କରି ଚିକିତ୍ସା ରେ ଲାଗିପଡିଥିଲେ। ବର୍ତ୍ତମାନ ଦୁଇଜଣ ଭାଲୁ କାମୁଡ଼ା ଗୁରୁତ୍ତର ରୋଗୀ ଠିକ ଥିବା ସୂଚନା ମିଳିଛି।

ବର୍ତ୍ତମାନ ଏଠାରେ ପ୍ରଶ୍ନ ଉଠୁଛି ସରକାର ଲୋକଙ୍କ ସୁବିଧା ପାଇଁ ଏତେ ଯୋଜନା କରୁଛନ୍ତି ତେବେ ଏହି ସବୁ ଯୋଜନାରୁ କିପରି ବାଦ ପଡୁଛନ୍ତି ଏହି ଗ୍ରାମବାସୀ ମାନେ l ତେବେ ଦେଖିବାକୁ ବାକି ରହିଲା କେବେ ଏହି ଗ୍ରାମବାସୀଙ୍କୁ ସରକାରୀ ଯୋଜନାର ସୁବିଧା ସୁଯୋଗ ସବୁ ମିଳି ପାରିବ l ବନବିଭାଗ ତରଫରୁ ଆଘାତ ପାଇଥିବା ମା ଓ ଝିଅ ଙ୍କୁ ସହାୟତା ପ୍ରଦାନ କରିବାପାଇଁ ସାଧାରଣ ରେ ଦାବି ହେଉଥିବା ବେଳେ ମା ଓ ଝିଅଙ୍କ ପରିବାର ସରକାରୀ ସହାୟତା ଅପେକ୍ଷାରେ l

Comments
Loading...