ଭାଇ ଭଉଣୀର ଝଗଡାରେ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କଲା ଭଉଣୀ

ମାଲକାନଗିରି ( କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ବେଜାଙ୍ଗିବାଡ଼ା ପଞ୍ଚାୟତର MPV-39 ଗ୍ରାମରେ ଘଟିଛି ଏକ ଅଘଟଣ l ମିଳିଥିବା ସୂଚନା ଅନୁସାରେ MPV-39 ଗ୍ରାମର ସଂଜିତ ମଣ୍ଡଳଙ୍କ ମଝିଆ ଝିଅ ନେହା ମଣ୍ଡଳ ଓ ଏକ ମାତ୍ର ପୁଅ ମଧ୍ୟରେ ଗତକାଲି କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା l ଭାଇ ଭଉଣୀ ମଧ୍ୟରେ ହେଇଥିବା ସାମାନ୍ୟ ଝଗଡାରେ ନେହା ରାଗିଯାଇ ଘରେ ଥିବା ଘାସ ମରା ଔଷଧ ଖାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା l ବିଷ ଖାଇ ଭଉଣୀର ଆତ୍ମହତ୍ୟା ଉଦ୍ୟମ ଖବର ପାଇଁ ସଂଜିତ ମଣ୍ଡଳ ତୁରନ୍ତ ନିଜ ମୋଟର ସାଇକେଲରେ ଯୋଗେ କାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ l ଚିକିତ୍ସା ପରେ ନେହାର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି l

Comments
Loading...