ଔଷଧ ଦୋକାନରୁ ଉଦ୍ଧାର କଲେ ଅଜଗର ସାପ

ମାଲକାନଗିରି ( କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲା ସହର ମହକୁମା ସ୍ଥିତ ଶ୍ୟାମ ମେଡିକାଲ ଷ୍ଟୋରରୁ ଆଜି ଗୋଟିଏ ଅଜଗର ସାପକୁ ସ୍ନେକ ହେଲ୍ପ ଲାଇନର ସଦସ୍ୟ ମାନେ ଉଦ୍ଧାର କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଶ୍ୟାମ ମେଡ଼ିକାଲ ଷ୍ଟୋର ମାଲିକ ଦୋକାନରେ ଖାଲି ଥିବା ମେଡ଼ିସିନ ପେଟି ଗୁଡିକ ଦୋକାନ ପଛ କୋଠରୀକୁ ରଖିବାକୁ ନେଉଥିଲେ l ସେହି ସମୟରେ କୋଠରୀ ଭିତରୁ ସାପର ଗର୍ଜନ ଶୁଣିବାକୁ ପାଇ ସ୍ନେକ ହେଲ୍ପ ଲାଇନ କୁ ଫୋନ କରିଥିଲେ l ଫୋନ ପାଇଁ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଘଟଣା ସ୍ଥଳରେ ଆସି ସାପଟିକୁ ଉଦ୍ଧାର କରିଥିଲେ । ସହର ମଧ୍ୟରୁ ଅଜଗର ସାପ ଲୋକଙ୍କ ଘରରୁ ଧରା ପଡିବା ସାଧାରଣ କଥାରେ ପରିଣତ ହେଲାଣି। ଗୋଟିଏ ମାସ ମଧ୍ୟରେ ତିନୋଟି ଅଜଗର ସାପ ଲୋକଙ୍କ ଘରୁ ଉଦ୍ଧାର ହେବା ବର୍ତ୍ତମାନ ଚିନ୍ତାର ବିଷୟ ପଲିଟିଛି । ଆଜି ଧରାପଡିଥିବା ସାପର ଲମ୍ବ ପାଞ୍ଚ ଫୁଟରୁ ଉର୍ଦ୍ଧ୍ବ ଥିବା ଅନୁମାନ କରାଯାଉଛି।

Comments
Loading...