ଜଳ କଷ୍ଟ ଭୋଗୁଛନ୍ତି ଗ୍ରାମବାସୀ

ମାଲକାନଗିରି ( କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳ ଚିତ୍ରକୋଣ୍ଡା ବ୍ଳକ ଗାଜଲ ମାମୁଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଏଲାମ୍ ପକା ଗ୍ରାମରେ ଦେଖାଯାଇଛି ପିଇବା ପାଣିର ଅସୁବିଧା ।ଗ୍ରାମରେ ନଳକୂପ ନଥିବାରୁ ଏକ କୂଅରୁ ମଟର ଯୋଗେ ଗ୍ରାମବାସୀଙ୍କୁ ପାଣି ଯୋଗାଇ ଦିଆଯାଇଥିଲା l ଉକ୍ତ ମଟରଟି ଦିର୍ଘଦିନ ଧରି ଖରାପ ହୋଇ ପଡିଛି।ମଟର ଖରାପ ହେବା ଫଳରେ ଗ୍ରାମବାସୀ ମାନେ ନାଳ ନର୍ଦମାର ପାଣି ପିଇ ବିଭିନ୍ନ ରୋଗରେ ପୀଡିତ ହେଉଛନ୍ତି l ପଞ୍ଚାୟତ କାର୍ଯ୍ଯଳୟରେ ଗ୍ରାମବାସୀ ମାନେ ଏ ନେଇ ଅନେକ ଥର ଅଭିଯୋଗ କରିଥିଲେ l ପ୍ରସାଶନ ଉକ୍ତ ମଟରର ମରାମତି କରାଇଲେ ଗ୍ରାମବାସୀଙ୍କ ଜଳକଷ୍ଟ ଦୁର ହୋଇପାରିବ ବୋଲି ଗ୍ରାମବାସୀ ଅନୁରୋଧ କରିଛନ୍ତି।

Comments
Loading...