ଭର୍ଚୁଆଲ ମିଟିଂ ରେ ଯୋଡି ହେଲେ ସବାରୀ ବିଦ୍ୟା ଭବନର ପୁରାତନ ଛାତ୍ରଛାତ୍ରୀ

ମାଲକାନଗିରି ( କୋଶଲ ନ୍ୟୁଜ୍) ଆଜି ସନ୍ଧ୍ୟା ସମୟରେ ସ୍ଥାନୀୟ ଏମଭି 79 ସବାରୀ ବିଦ୍ୟା ଭବନ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସଂଜୀବ କୁମାର ବୈଦ୍ୟ ଙ୍କ ଅଧ୍ୟକ୍ଷତାରେ ଏକ ଭର୍ଚୁଆଲ ମିଟିଂ ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଏମଭି 79 ସବାରୀ ବିଦ୍ୟାଭବନ ର ବହୁ ପୁରାତନ ଓ ନବାଗତ ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ଥିଲେ। ଉକ୍ତ ଭର୍ଚୁଆଲ ମିଟିଂ ରେ ଦୀର୍ଘ ଦିନ ପରେ ପ୍ର୍ୟତେକ ଟି ବ୍ଯାଚ ନିଜ୍ ନିଜ ର ବନ୍ଧୁ ମାନଙ୍କ ସହ ଯୋଡ଼ି ହେବା ର ମୁହୂର୍ତ୍ତ ଟି ଅତି ସୁନ୍ଦର୍ ଥିବା ସହ ଆଗାମୀ ଦିନ ରେ ବିଦ୍ୟାଳୟ ର ବିକାଶ ଦିଗରେ କିଭଲି ପୁରାତନ ଛାତଛାତ୍ରୀ ଙ୍କ ଯୋଗଦାନ ରହିବ ସେ ନେଇ ଆଲୋଚନା କରିଥିଲେ। ପ୍ର୍ୟତେକ ବ୍ଯାଚ ର ପିଲା ମାନେ ନିଜ ନିଜ ବ୍ଯାଚ ର ସମସ୍ତ ଛାତ୍ରଛାତ୍ରୀ ଙ୍କ ସହ ଯୋଗାଯୋଗ ରଖିବା ସହ ଆଗାମୀ ଦିନ ରେ ବିଦ୍ୟାଳୟ ର ରହିଥିବା କିଛି କିଛି ଆବଶ୍ୟକତା ପୂରଣ କରିବା ପାଇଁ ଆଗକୁ ଆସିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଆଗକୁ 2026 ମସିହା ରେ ଏମଭି 79 ସବାରୀ ବିଦ୍ୟା ଭବନ ତାର ଗୋଲଡେନ୍ ଜୁବଲି ପାଳନ କରିବାକୁ ଯିବାକୁ ଥିବା ବେଳେ ତାହାକୁ କିଭଲି ଅଧିକ ଆକର୍ଷଣୀୟ କରାଯିବ ସେ ନେଇ ମଧ୍ୟ ଆଲୋଚନା କରିଥିଲେ।

Comments
Loading...