ବିଦ୍ଯୁତ୍ ବିଭାଗର ଘର ତିଆରିରେ ନିୟୋଜିତ ଥିଲେ ୩ ଶିଶୁ ଶ୍ରମିକ

ମାଲକାନଗିରି ( କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କାଲିମେଳା ସାଉଥ୍ କୋ ବିଦ୍ଯୁତ୍ ବିଭାଗରେ ନୂତନ ଘର ନିର୍ମାଣ ନିମନ୍ତେ ନିୟୋଜିତ ଥିଲେ ତିନି ଶିଶୁ ଶ୍ରମିକ l ମିଳିଥିବା ସୂଚନା ଅନୁସାରେ ବିଦ୍ଯୁତ୍ କେନ୍ଦ୍ରର ମୂଖ୍ୟ ଗୃହ ଛାତରୁ ପାଣି ଗଡିବା ସହ ଛାତର ଖୋଳପା ତଳକୁ ଖସୁଥିଲା। ସୁରକ୍ଷା ବ୍ୟବସ୍ଥା କୁ ଦୃଷ୍ଟିରେ ରଖି ଏକ ଅସ୍ଥାୟୀ ଗୃହ ନିର୍ମାଣ କାର୍ଯ୍ୟ ଶ୍ରଧା ଏଣ୍ଟରପ୍ରାଇଜର୍ସ ନାମକ ଏକ କମ୍ପାନୀକୁ tender ଦିଆଯାଇଥିଲା।ସେହି କମ୍ପାନୀ କୋରାପୁଟ ରୁ ଶ୍ରମିକ ଆଣି କାର୍ଯ୍ୟ କରାଉଥିଲା ମାତ୍ର ସେହି ଶ୍ରମିକ ମାନଙ୍କ ମଧ୍ୟରୁ ୩ଜଣ ଶିଶୁ ଶ୍ରମିକ କାର୍ଯ୍ୟ କରୁଥିଲେ l


କାମ କରୁଥିବା ଶିଶୁ ମାନଙ୍କର ବୟସ ୧୩ ରୁ ୧୫ବର୍ଷ l
୩ ଜଣଙ୍କ ମଧ୍ୟରୁ ଜଣେ ଝିଅ ଏବଂ ୨ଜଣ ପୁଅ ଓ ଏମାନଙ୍କ ଘର କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ହାତୀପାକନା ଗ୍ରାମର ଜଣା ପଡିଛି । ଖବର ପାଇ ଆଶିଷ୍ଟାଣ୍ଟ ଲେବର ଅଫିସର ଶ୍ରୀ ବିଷ୍ବ ରଞ୍ଜନ କଅଁର ଏବଂ କାଲିମେଳା ଚାଇଲ୍ଡ ଲାଇନ ମୂଖ୍ୟ ଶ୍ରୀ କେ.ମିଶାଇଲ ରାଜୁ ଆସି ୩ଜଣ ଶିଶୁ ଶ୍ରମିକ ଙ୍କୁ ଉଦ୍ଧାର କରି ମାଲକାନଗିରି CWC କୁ ହସ୍ତାନ୍ତର କରିଥିଲେ ।

Comments
Loading...