ନିଆଁରେ ଦଗ୍ଧ ହେଲା ତିନି ଛେଳି

ମାଲକାନଗିରି (କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମହାରାଜପଲ୍ଲୀ ପଞ୍ଚାୟତର ଅନ୍ତର୍ଗତ MV-114 ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା l ଗ୍ରାମରେ ସଞ୍ଜୟ ବେପାରୀଙ୍କ ଛେଳି ଗୁହାଳରେ ନିଆଁରେ ଦଗ୍ଧ ହେଲା ତିନି ଛେଳି l ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ସଞ୍ଜୟ ବେପାରୀଙ୍କର ଛେଳି ଗୁହାଳ ଘରେ ନିଆଁ ଲାଗିଥିଲା ଫଳରେ ସେହି ଗୁହାଳରେ ଥିବା 25 ଟି ଛେଳି ମଧ୍ୟରୁ 10 ରୁ ଉର୍ଦ୍ଧ ଛେଳି ଅର୍ଦ୍ଧ ଦଗ୍ଧ ହେବା ସହ 3 ଟି ଛେଳି ମୃତ୍ୟୁ ହୋଇଛି । ଏହା ସହ ଗୋଟିଏ ମୋଟର ସାଇକେଲ ସମ୍ପୂର୍ଣ ଜଳିଯାଇଥିଲା l 3 ଟି ଛେଳିର ଆନୁମାନିକ ଦାମ 40 ରୁ 50 /- ହଜାର ଟଙ୍କା ବୋଲି ଜଣା ପଡ଼ିଛି lଛେଳି ବ୍ୟବସାୟ କରିବା ପାଇଁ ଏକ ଘରୋଇ କମ୍ପାନୀରୁ ଲୋନ ନେଇଥିଲେ l କୃଷି କାର୍ଯ୍ୟ ସହ ପଶୁ ପାଳନ କରି ନିଜର ଜୀବିକା ନିର୍ବାହ କରୁଥିଲେ l

ଖବର ପାଇଁ ସ୍ଥାନୀୟ ସରପଞ୍ଚ ଘଟଣା ସ୍ଥଳରେ ପହଂଚିଥିଲେ l ଏପରି ଅବସ୍ଥାରେ ସେ ନିଜର ପରିବାର ଚଳେଇବା କଷ୍ଟର ବିଷୟ ହେଇଛି l ପ୍ରଶାସନ ତରଫରୁ ସଞ୍ଜୟଙ୍କ ପରିବାରକୁ କିଛି ଆର୍ଥିକ ସହାୟତା ପ୍ରଦାନ କରାଯିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି l

Comments
Loading...