ପତଞଳି ଯୋଗ ସମିତି ତରଫରୁ ବିଭିନ୍ନ ଚାରା ରୋପଣ

ମାଲକାନଗିରି ( କୋଶଲ ନ୍ୟୁଜ୍) ବିଶ୍ୱ ପରିବେଶ ଦିବସ ଅବସରରେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକ ସଦର ମହକୁମାରେ, ସ୍ଥାନୀୟ ପତଞଳି ଯୋଗ ସମିତି ଓ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ର ମିଳିତ ଆନୁକୁଲ୍ୟରେ ଚାରା ରୋପଣ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମ ରେ ପତଞଳି ଯୋଗ ସମିତି ମାଲକାନଗିରି ର ଉପ ସଭାପତି ଭୂବନାନନ୍ଦ ସାହୁ, ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ର ପ୍ରଭାରୀ ଭଉଣୀ ତ୍ରୀବେଣୀ ଙ୍କ ସହ ତାଙ୍କର ଅନେକ ସାଥି ମିଶି ବିଭିନ୍ନ ପ୍ରକାରର ଚାରା ରୋପଣ କରିଛନ୍ତି । ଚାରା ମାନଙ୍କ ମଧ୍ୟରେ ବେଲ, ହରିଡା, ବାହାଡା, ଅଁଳା, ନଡ଼ିଆ,ଆମ୍ବ ଓ ନିମ୍ବ ଗଛ ପ୍ରଭୃତି ଲଗାଯାଇଛି ।

ବିଶେଷ କରି ଏହି କରୋନା ମହାମାରୀ ସମୟ ଓ ବିଶ୍ୱ ପରିବେଶ ଦିବସ ଅବସର ରେ ପତଞଳି ର ଏଭଳି ଅବିନବ ପ୍ରୟାସ ନିଶ୍ଚିତ ଭାବରେ ଜନକଲ୍ୟାଣକାରୀ ।ବିଶ୍ୱ ପରିବେଶ ଦିବସ ଅବସରରେ ଏଭଳି ଔଷଧିୟ ଚାରା ରୋପଣ କାର୍ଯ୍ୟକ୍ରମକୁ ଜନସାଧାରଣରେ ପ୍ରଶଂସା କରିଛନ୍ତି ।

Comments
Loading...