କ୍ରମାଗତ ଭାବେ ୨ଟି ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ ତିନିଜଣ ଗୁରୁତର

ମାଲକାନଗିରି (କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ନିକଟସ୍ଥ ୩୨୬ନମ୍ବର ଜାତୀୟ ରାଜପଥ ର ଏମ.ଭି୧୨୬ ଗ୍ରାମ ନିକଟ ଵି.ଏସ.ଏଫ କ୍ୟାମ୍ପ ଠାରୁ ୧୦୦ମିଟର ପୂର୍ବରୁ ଗତକାଲି ସନ୍ଧ୍ୟା ପରେ ଘଟିଛି ୨ଟି ମର୍ମନ୍ତୁଦ ସଡକ ଦୁର୍ଘଟଣା। ସୂଚନା ମୁତାବକ ଠିକାଦାର ତଥା କ୍ରସର ମାଲିକ ସୋମେନ୍ଦ୍ର ପ୍ରସାଦ ବିଷୋୟୀ ଙ୍କ ଏମ.ଭି୧୨୬ ନିକଟସ୍ଥ କ୍ରସରରୁ ଏମ.ଭି୭୨ର ମଣି ମଣ୍ଡଳ ନାମକ ବ୍ୟକ୍ତି ଜଣକ ନିଜ ଟ୍ରାକ୍ଟରରେ ଚିପ୍ସ ବୋଝେଇ କରି ଏମ.ଭି ୭୨ ଗ୍ରାମକୁ ଫେରୁଥିବା ସମୟରେ କ୍ୟାମ୍ପ ନିକଟରେ ଟ୍ରାକ୍ଟର ଡାଲାର ଡାହାଣ ପଟ ଅଖଟି ଭାଙ୍ଗି ଚକଟି ବାହାରି ଯାଇଥିଲା। ଫଳରେ ଗାଡ଼ି ଟି ଗତକାଲି ଅପରାହ୍ନ ୩ଟା ସମୟରେ ରାସ୍ତା ଉପରେ ରହିଯାଇଥିଲା।

ଅପରାହ୍ନ ୫ଟା ସମୟରେ ଏମ.ଭି୧୨୬ଗ୍ରାମର ଵ୍ରଜେନ ମଣ୍ଡଳ ଏବଂ ତାଙ୍କ ସାଥି ଜଗା ମଣ୍ଡଳ ଲୁନା ଯୋଗେ ସେହି ରାସ୍ତା ଦେଇ ଏମ.ଭି୭୪ ଗ୍ରାମ କୁ ତ୍ରିନାଥ ମେଳାରେ ଉପସ୍ଥିତ ହେବା ନିମନ୍ତେ ଯାଉଥିବା ସମୟରେ ଝିପି ଝିପି ବର୍ଷା ଯୋଗୁଁ ନିୟନ୍ତ୍ରଣ ହରାଇ ଉକ୍ତ ଟ୍ରାକ୍ଟର ସହ ଧକ୍କା ହୋଇ ଵ୍ରଜେନ ମଣ୍ଡଳ ଙ୍କ ମୃତ୍ୟୁ ଘଟିଥିବା ବେଳେ ଜଗା ଙ୍କ ମୁହଁ ରେ ଆଘାତ ଲାଗିଛି। ପୁଣି ସେହି ସ୍ଥାନରେ ରାତି ୯ଟା ସମୟରେ କାଲିମେଳା ପଟୁ ନିଜଗ୍ରାମ ଏମ.ଭି୮୧କୁ ଫେରୁଥିଲେ ଗୋପାଳ ରାୟ ଓ ତାଙ୍କ ଶଳା ନିଜ ବୋଲେରୋରେ, ସେହି ଟ୍ରାକ୍ଟର ସହ ଧକ୍କା ହୋଇ ପୁଣିଘଟିଲା ଏକ ଦୁର୍ଘଟଣା। ଦୁର୍ଘଟଣା ରେ ଗୋପାଳ ଙ୍କ ଶଳା ସାମ୍ନା କାଚ ଭାଙ୍ଗି ବାହାରେ ପଡ଼ିଥିବା ବେଳେ ଉଭୟଙ୍କ ମୁହଁ ଓ ଛାତିରେ ଆଘାତ ଲାଗିଥିବା ହେତୁ ପଡୋଶୀ ରାଜ୍ୟ ର ଭଦ୍ରାଚଲମ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ପାଇଁ ଚାଲିଯାଇଥିବା ସୂଚନା ମିଳିଛି।

ଘଟଣା ସ୍ଥଳରେ ଏମ.ଭି ୭୯ ଥାନା କର୍ମଚାରୀମାନେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରୁଥିବା ସହ ତଦନ୍ତକାରୀ ଏ.ଏସ.ଆଇ ରାମ ଚନ୍ଦ୍ର ନାୟକ ମୃତ ଵ୍ରଜେନ ମଣ୍ଡଳ ଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ କାଲିମେଳା ଡାକ୍ତରଖାନାକୁ ପଠାଇ ଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କ ଜିମା ଦେଇଥିବା ଜଣାପଡିଛି। ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ପ୍ରଶାସନ ତରଫରୁ ବିହୀତ ପଦକ୍ଷେପ ନେବା ପାଇଁ ସାଧାରଣ ରେ ଦାବି ହୋଇଛି।

Comments
Loading...