ପୋଲିସ ଏବଂ ମାଓବାଦୀ ଗୁଳି ବିନିମୟ, ୨ ମାଓ କମାଣ୍ଡର ନିହତ ।

ମାଲକାନଗିରି ( କୋଶଲ ନ୍ୟୁଜ୍) ପୋଲିସ ଗୁଳି ବିନିମୟରେ ଦୁଇଜଣ ମାଓ କମାଣ୍ଡର ନିହତ ।ମିଳିଥିବା ସୂଚନା ଅନୁସାରେ ଗତକାଲି ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ନାରାୟନପୁର ଜିଲ୍ଲା ଆର୍ଚ୍ଚା ଜଙ୍ଗଲରେ ପୋଲିସ ଓ ନକ୍ସଲ ମାନଙ୍କର ମୁହାଁମୁହିଁ ହୋଇଥିଲେ l ଏହି ଗୁଳି ବିନିମୟରେ ଦୁଇ ମାଓ କମାଣ୍ଡରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ମାଓବାଦୀ ମାନେ ପୋଲିସ ଏନକାଉଣ୍ଟରରେ ବା କରୋନାରେ ସଂକ୍ରମିତ ହୋଇ ବିିନା ଚିକିତ୍ସାରେ ନିଜର ପ୍ରାଣ ହରାଉଛନ୍ତି । ତଥାପି ଦମ୍ଭ ଭାଙ୍ଗୁନି ମାଓବାଦୀଙ୍କ ।ଏନକାଉଣ୍ଟରରେ ଦୁଇ ମାଓ ନେତାଙ୍କ ମୃତ୍ୟୁ ଘଟିଥିଲାବେଳେ ଘଟଣାସ୍ଥଳରୁ ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ଜବତ କରାଯାଇଛି । ଜବତ ସାମଗ୍ରୀ ମଧ୍ୟରେ ତିନୋଟି ରାଇଫଲ୍‌, ଅନେକ ଗୁଳି, ନକ୍ସଲ ପୋଷାକ, ଔଷଧ ଏବଂ ଧନୁ ତୀର ମଧ୍ୟ ସାମିଲ ଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ସର୍ଚ୍ଚ ଅପରେଶନ୍ ଜାରି ରହିଥିବା ବସ୍ତର ପୋଲିସ ସୂଚନା ଦେଇଛନ୍ତି ।

Comments
Loading...