ଡଙ୍ଗା ବୁଡି ଦୁଇ ଜଣ ମହିଳା ଓ ଜଣେ ବର୍ଷକର ଶିଶୁ ନିଖୋଜ

ମାଲକାନଗିରି ( କୋଶଲ ନ୍ୟୁଜ୍) ମଝି ନଇରେ ଭାରସାମ୍ୟ ହରାଇ ବୁଡିଯାଇଥିଲା ଡଙ୍ଗା l ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅନ୍ତର୍ଗତ ଦାମୋଦରବେଡା ଓ ଓରାପଦର ଡଙ୍ଗା ଘାଟରେ ମାଛ ଡଙ୍ଗା ବୁଡି ୩ଜଣ ନିଖୋଜ ।ନିଖୋଜଙ୍କ ମଧ୍ୟରେ ଦୁଇଜଣ ମହିଳା ଓ ଜଣେ ବର୍ଷକର ଶିଶୁ ଥିବା ସୂଚନା ମିଳିଛି ।ଡଙ୍ଗାରେ ସର୍ବମୋଟ ୧୧ ଜଣ ଲୋକେ ଯାତ୍ରା କରୁଥିଲେ l ଏହି ସମୟରେ ମଝି ନଇରେ ଡ଼ଙ୍ଗାଟି ଭାରସାମ୍ୟ ହରାଇଥିଲା l ଖବର ପାଇଁ ଘଟଣା ସ୍ଥଳରେ ଦମକଳ ବାହିନୀ ପହଂଚି ୮ଜଣଙ୍କୁ ଉଦ୍ଧାର କରିଥିଲେ ଓ ୩ ଜଣଙ୍କ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ସୂଚନା ମିଳିଛି ।

Comments
Loading...