ଓଡିଶା ରାଜଭବନ ରେ ପହଞ୍ଚିଲା “ମାଟିମଗ୍ନା “

ମାଲକାନଗିରି ( କୋଶଲ ନ୍ୟୁଜ୍) ଉପାନ୍ତ ଆଦିବାସୀ ଅଧିଷ୍ୟୁତ ମଗ୍ନ ମାଟି ମାଲକାନଗିରି । ସୀମାନ୍ତ ସରହଦ ର ଏକ ଅନନ୍ୟ ଗ୍ରାମ କୁଡୁମୁଲୁଗୁମ୍ମା ।ପ୍ରକୃତି ରୂପ ସଂଭାର ରେ ସଜେଇ ହୋଇଛି ଅଗନି ଅଗନି ବନସ୍ତ ।ଚାରିକଡେ ଥାକ ଥାକିଆ ପାହାଡ, ଆଦିଭୂମି ର ମୁଠାଏ ଆଶୀର୍ବାଦ ର ଅମାପ ସ୍ନେହ, କୁଡୁମୁଲୁଗୁମ୍ମା ର ପବିତ୍ର ମାଟି ।ସମସ୍ତଙ୍କୁ ଏଇ ମାଟି କୋଳେଇ ନିଏ,ସ୍ନେହ ଦିଏ,ସବୁଜ ସୁନ୍ଦର ପାହାଡ ଖୋଲରେ ଦିଦାୟୀ, ଭୂମିଆଁ, ବଣ୍ଡା, କୋୟା ଜନଜାତି ର ଖୋଲା ଛାତିର ସ୍ନେହ ରେ ବିଭୋର ଏଠି ପ୍ରକୃତି ରାଣୀ ।ଏଇ ମାଟି, ପାଣି ପବନ ଶିଖାଏ ମାନବିକତା ର ମହାନ ମୂଲ୍ୟବୋଧ ।ଏଇ ମାଟି ମୁଠାଏ ରେ ଜନ୍ମ ନେଇଛି, ମଗ୍ନ ମାଟିର ନିମଗ୍ନ ସାହିତ୍ୟ ମନସ୍କ ସନ୍ତାନ ଶ୍ରୀ ବଳରାମ ପୂଜାରୀ କଂ ମାଲକାନଗିରି ମାଟି ର କଥା ଓ ବେଦନା ର ଗଭୀର ଅନ୍ତଃନାଦ ର ମନଃସ୍ତତ ତୃତୀୟ କବିତା ସଂକଳନ” ମାଟିମଗ୍ନା “।ପୂର୍ବରୁ ଶ୍ରୀ ପୂଜାରୀ,ତାଙ୍କ ପ୍ରଥମ କବିତା ସଂକଳନ “ଶବ୍ଦ ବ୍ରହ୍ମ “ଦ୍ୱିତୀୟ କବିତା ସଂକଳନ “ମେଘଲଗ୍ନା “”ଏବେ ତୃତୀୟ କବିତା ସଂକଳନ “ମାଟିମଗ୍ନା “ଉନ୍ମୋଚିତ କରି ସମଗ୍ର ଓଡିଶା ରେ ଏଇ ଆଦିଭୂମି ର କଥାକବିତା କୁ ପହଞ୍ଚାଇ ବାକୁ ଚେଷ୍ଟା ଜାରି ରଖିଛନ୍ତି । ଏହି କ୍ରମରେ ମହାମାନ୍ୟ ମହାମହିମ ରାଜ୍ୟପାଳ ,ଓଡିଶା, ଶ୍ରୀ ଯୁକ୍ତ ପ୍ରଫେସର ଗଣେଷୀ ଲାଲ୍ କଂ ନିକଟରେ ପହଞ୍ଚି ଯାଇଛି ମାଲ୍ୟବନ୍ତ ର କଥାସରିତା,ଜିଉଣି ଖାଉଣୀ ର ମର୍ମସ୍ପର୍ଶୀ ଅନୁଭବ ର ଗ୍ରନ୍ଥ ଗୀତିକା “ମାଟିମଗ୍ନା ” lମହାମହିମ ରାଜ୍ୟପାଳ କଂ ମୂଖ୍ୟ ଜନ ସଂପର୍କ ଅଧିକାରୀ ତଥା ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବରିଷ୍ଠ ସାହିତ୍ୟିକ ତଥା କବି ଶ୍ରୀ ଯୁକ୍ତ ରକ୍ଷକ ନାୟକ କଂ ଉଦ୍ୟମରେ ଆଦିଭୂମି ର ଏଇ ଗ୍ରନ୍ଥ ଗୀତିକା ରାଜଭବନ ର ଗ୍ରନ୍ଥାଗାର ରେ ଶୋଭା ମଣ୍ଡନ କରୁଛି ।।ମହାମହିମ ରାଜ୍ୟପାଳ ଶ୍ରୀ ଯୁକ୍ତ ପ୍ରଫେସର ଗଣେଷୀ ଲାଲ୍ ଜଣେ ବିଜ୍ଞ ରାଷ୍ଟ୍ରବାଦୀ ବ୍ୟକ୍ତିତ୍ୱ ଏବଂ ବରିଷ୍ଟ ସାରସ୍ବତ ସାଧକ ।।ମହାମହିମ ରାଜ୍ୟପାଳ, ତାଙ୍କ ବାର୍ତ୍ତା ରେ :ଆଦିବାସୀ ଅଧିଷ୍ୟୁତ ସୀମାନ୍ତ ଓଡିଶା ମାଲକାନଗିରି ମାଟିର ସାହିତ୍ୟ, ସଂସ୍କୃତି ଓ ପରଂପରା ର ଅସ୍ମିତା କୁ ପ୍ରଶଂସା କରିବା ସହ କୁଡୁମୁଲୁଗୁମ୍ମା ମାଟି ର ଯୁବ କବି ବଳରାମ ପୂଜାରୀ କଂ ସାରସ୍ବତ କୃତ୍ତୀ କୁ ଭୂୟୋଶି କୃତଜ୍ଞତା ଜ୍ଞାପନ କରିଛନ୍ତି ।ମାଟିମଗ୍ନା ରେ ଥିବା କବିତା ସବୁ ଏଇ ମାଟି, ଡଂଗର, ପାହାଡ଼ ଝରଣା ର ବୁନ୍ଦା ଏ ବୁନ୍ଦା ଏ ତଥାସ୍ତୁ ପାଲଟୁ ।ଯୁବ କବି କଂର ଏହି ପ୍ରଚେଷ୍ଟା ରେ କୁଡୁମୁଲୁଗୁମ୍ମା ଓ ମାଲକାନଗିରି ବାସୀ ଖୁସି ପ୍ରକଟ କରିବା ସହ ଆଗାମୀ ଦିନରେ ଆହୁରି ସାରସ୍ବତ କୃତ୍ତୀ ସୃଷ୍ଟି କରିବାକୁ ଉତ୍ସାହ ଓ ପ୍ରେରଣା ଯୋଗାଇଛନ୍ତି ।

Comments
Loading...