ଝିଅ କୁ ହତ୍ୟା କରିବା ପରେ ମା ର ଆତ୍ମହତ୍ୟା , ସ୍ୱାମୀର ଝୁଲନ୍ତା ମୃତ ଦେହ କେନ୍ଦୁଝରର ଏକ ଜଙ୍ଗଲରୁ ଉଦ୍ଧାର , ହତ୍ୟା ସନ୍ଦେହ

କୋଇଡା ଥାନା ଅନ୍ତର୍ଗତ ନ୍ୟୁ ଗାର୍ଡେନ କଲୋନୀର ମସଜିଦ ସମ୍ମୁଖ ଭଡା ଘରୁ ମା ଝିଅର ମୃତ ଉଦ୍ଧାର ହେବା କିଛି ଘଣ୍ଟା ପରେ ସ୍ୱାମୀର ମୃତ ଦେହ କେନ୍ଦୁଝର ଜିଲ୍ଲା ରୁଗୁଡି ଥାନା ଅନ୍ତର୍ଗତ ଏକ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଜଗତସିଂହପୁର ଜିଲ୍ଲାର ଏକ ପରିବାର ସ୍ୱାମୀ , ସ୍ତ୍ରୀ ଓ ତିନି ବର୍ଷର କୁନି ଝିଅ ଦୀର୍ଘ ତିନି ବର୍ଷ କୋଇଡା ବ୍ଲକ ଅନ୍ତର୍ଗତ ନ୍ୟୁ ଗାର୍ଡେନ କଲୋନୀ ଅଂଚଳରେ ଏକ ଭଡା ଘରେ ରହି ଆସୁଥିଲେ । ସ୍ୱାମୀ ପ୍ରହଲ୍ଲାଦ ସାହାଣୀ ଓ ସ୍ତ୍ରୀ ରଞ୍ଜିତା ସାହାଣୀ ଙ୍କ ମଧ୍ୟରେ ମଙ୍ଗଳବାର ରାତ୍ରି ସମୟରେ କୌଣସି ଏକ ଘଟଣା କୁ ନେଇ ବଚସା ହୋଇଥିଲା ଯେଉଁଥିରେ ଉତ୍ତକ୍ଷିପ୍ତ ହୋଇ ଘର ମାଲିକ ଭଡାରେ ରହୁଥିବା ପ୍ରହଲ୍ଲାଦଙ୍କ ନାମରେ ଥାନାରେ ଅଭିଯୋଗ କରିବା ପରେ ପ୍ରହଲ୍ଲାଦ ବୁଧବାର ସକାଳ ସମୟରୁ କେଉଁ ଆଡେ ଚାଲି ଯାଇଥିଲେ । ଗୁରୁବାର ସକାଳେ ଘର ଡେରି ପର୍ଯ୍ୟନ୍ତ ନଖୋଲିବାରୁ ପଡୋଶୀ ସନ୍ଦେହ କରି ପ୍ରଥମେ ପୋଲିଶକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିଶ ଓ ସ୍ଥାନୀୟ ତହସିଲଦାର ପହଁଚି ଦେଖନ୍ତି ମା ର ଝୁଲନ୍ତା ଶବ ନିକଟ ବେଡ଼ ଉପରେ ଏବଂ ତିନି ବର୍ଷ ଝିଅର ଶବ ପଡି ରହିଥିଲା । ପୋଲିଶ ଉଭୟ ମା ଏବଂ ତିନି ବର୍ଷର ଝିଅର ଶବକୁ ଜବତ କରିବା ସମୟରେ ଶବ ନିକଟରେ ଏକ ଆତ୍ମହତ୍ୟା କାରଣ ଓଡ଼ିଆ ଲେଖା ପଡି ରହିଥିବା ଦେଖିବାକୁ ମିଳିଥିଲା ।

ବୁଧବାର ମଧ୍ୟରାତ୍ରରେ ରଞ୍ଜିତା ଆତ୍ମହତ୍ୟା ର କାରଣ ଓଡ଼ିଆ ଅକ୍ଷରରେ ଲେଖିଥିବା ଲେଖାରୁ ଅନୁମାନ ହେଉଛି । ଯେଉଁଥିରେ ଲେଖା ଅଛି ଆମ ପରିବାର ମୃତ୍ୟୁ ପାଇଁ ଘର ମାଲିକ ଦାୟୀ ଥିବା ଉଲ୍ଲେଖ ରହିଛି । ଅନ୍ୟପଟେ ମା ଏବଂ ଝିଅର ଶବକୁ ଜବତ କରି ପୋଲିଶ ପରିବାର ଲୋକଙ୍କୁ ଖବର ଦେବା ବେଳକୁ ସ୍ୱାମୀର ଝୁଲନ୍ତା ମୃତ ଦେହ କେନ୍ଦୁଝର ଜିଲ୍ଲାର ରୁଗୁଡି ଥାନା ଅଞ୍ଚଳ ଜଙ୍ଗଲରୁ ଉଦ୍ଧାର ହୋଇଥିବା କେନ୍ଦୁଝର ପୋଲିଶ ସୂଚନା ଦେଇଛି । ସବୁଠାରୁ ବଡ଼ କଥା ହେଉଛି ସ୍ୱାମୀ ଆତ୍ମହତ୍ୟା କରିବା ପୂର୍ବରୁ ବେକରେ ରାଶି ଲଗାଇ ନିଜ ଅତ୍ମୀୟଙ୍କ ପାଖକୁ ଫଟୋ ପଠାଇଥିବା ଦେଖିବାକୁ ମିଳିଛି । ଏପଟେ ମା ପ୍ରଥମେ ତିନି ବର୍ଷର ଝିଅ କୁ ମାରିବା ପରେ ନିଜେ ରଞ୍ଜିତା ଶାଢ଼ୀ ଏବଂ ଫ୍ୟାନ ସାହାଯ୍ୟରେ ଆତ୍ମହତ୍ୟା କରିଥିବା ଅନୁମାନ ହେଉଛି । ଏଭଳି ଏକ ହୃଦୟ ବିଦାରକ ଘଟଣା ପୁରା ଜିଲ୍ଲାକୁ ଦୋହଲାଇ ଦେଇଚି । କୋଇଡା ଥାନା ଅଧିକାରୀ ଲୋକେଶ୍ୱର ସାହୁ କୋଇଡା ତହସିଲଦାର ପ୍ରିୟଦର୍ଶୀ ଯୋଶୀ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଥିବା ବେଳେ ଘର ମାଲିକ କୁ ପୋଲିଶ ଅଟକ ରଖି ଅଧିକ ପଚାର ଉଚରା କରୁଛି ।

Comments
Loading...