ଜାତୀୟ ଭୋଟର ଦିବସ ପାଳନ

କୋଶଲ ନ୍ୟୁଜ୍ ବ୍ୟୁରୋ : ନବରଙ୍ଗପୁର : ଆଜି ତା ୨୫.0୧.୨୦୨୧ ରିଖ ଦିନ ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଉପ ଜିଲ୍ଲାପାଳ ଶ୍ରୀ ଭାସ୍କର ରୋଇତ ଙ୍କ ଉପସ୍ଥିତି ରେ ଜାତୀୟ ଭୋଟର ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ଡେପୁଟି କଲେକ୍ଟର, ସହକାରୀ ଜିଲ୍ଲାପାଳ, ସମସ୍ତ କର୍ମଚାରୀ ମାନେ ଯୋଗ ଦେଇ ଜାତୀୟ ଭୋଟର ଦିବସ ଅବସରରେ ସତ୍ୟପାଠ କରିଥିଲେ ।ଓଡ଼ିଶା ସରକାର ଙ୍କ ମାନ୍ୟବର ଜଳ ସେଚନ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନନ୍ଦନ ଦାସ ଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଅଶୋକ ମେହେଟା ସଭାଗୃହ ରେ କରାଗଲା ।
Comments
Loading...