ଠିକାଦାର ଓ ସରକାରୀ ଯନ୍ତ୍ରି ର ମଧୁଚନ୍ଦିକା ରେ ବିନା ସୂଚନା ଫଳକରେ ଚାଲିଛି ନିମ୍ନ ମାନର ପାଚେରୀ ନିର୍ମାଣ

କୋଶଲ ନ୍ୟୁଜ୍ ବ୍ୟୁରୋ : ନବରଙ୍ଗପୁର :-“ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର କୃଷିଫାର୍ମ ରେ ସମ୍ପୂର୍ଣ ନିମ୍ନ ମାନର ପାଚେରି ନିର୍ମାଣ ଚାଲିଛି କିନ୍ତୁ ଏଥିପ୍ରତି ବାରମ୍ବାର ଅଭିଯୋଗ ହେବା ପରେ ମଧ୍ୟ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୁଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି । ଏହି ପାଚେରୀ ନିର୍ମାଣ ସ୍ଥାନ ରେ କୈାଣସି ସୂଚନା ଫଳକ ମଧ୍ୟ ଲଗାଯାଇ ନାହିଁ *ଦୁଃଖ ର ବିଷୟ ସ୍ଵାଧୀନତା ର 74 ବର୍ଷ ପରେ ମଧ୍ୟ ଡାବୁଗାଁ ରେ ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ* ନବରଙ୍ଗପୁର ଜିଲ୍ଲାର ଆଦିବାସୀ ବହୁଳ ଅଞ୍ଚଳ ହୋଇ ଥିବା ରୁ ଏହାର ଭରପୁର ଫାଇଦା ଉଠାଉଛନ୍ତି ଠିକାଦାର ଓ କୃଷିଫାର୍ମ ଦାଇତ୍ୱ ରେ ଥିବା ବିଭାଗୀୟ ଜେଇ । 

ଠିକାଦାର ଏବଂ ବିଭାଗୀୟ ଯନ୍ତ୍ରୀଙ୍କ ସଲାସୁତୁରା ରେ ଚାଲିଛି ପାଚେରି ନିର୍ମାଣ କାର୍ଯ୍ୟ ।ନିମ୍ନ ମାନର ପାଚେରି ନିର୍ମାଣ ରେ ସରକାର ଙ୍କ ଆଖି ରେ ଧୂଳି ଦେଇ ଠିକାଦାର ଓ ବିଭାଗୀୟ କର୍ମଚାରୀ ମାନେ ହେଉଛନ୍ତି ମାଲେମାଲ୍। ଗ୍ରାମ ବାସୀ ମାନଙ୍କ‍ କହିବା ଅନୁଯାୟୀ ଏହି ପାଚେରି ସମ୍ପୁର୍ଣ ନିମ୍ନମାନର କରାଯାଉଛି। ଏହି ପାଚେରୀ ନିର୍ମାଣ ହୋଇଥିବା ସ୍ଥାନ ଟି ବଡ଼ ପାଣି ନାଳ ସ୍ଥାନ।

 ଏହି ପାଣି ନାଳ ସ୍ଥାନ ରେ ଢେଡ୍ ଫୁଟର ଗାତ ଖୋଳାଯାଇଥିବା ସ୍ଥଳେ ସିମେଣ୍ଟ ର ମାତ୍ରା କମ୍ କରି ବାଲିର ମାତ୍ରା ବହୁ ପରିମାଣ ରେ କରି ପାଚେରୀ ନିର୍ମାଣ ଚାଲିଛି। ସେଥିପାଇଁ ନିର୍ମାଣ ହେବାର କିଛି ଦିନ ଭିତରେ ଭାଙ୍ଗିଯିବ । ତେଣୁ ସରକାର ଏବଂ ଜିଲ୍ଲା ଦାଇତ୍ୱ ରେ ଥିବା ଦାଇତ୍ୱବାନ ଅଧିକାରୀ ମାନେ ଏହାର ଯଥା ଶୀଘ୍ର ତଦନ୍ତ କରି ପୁନର୍ବାର ଏହା ନିର୍ମାଣ କରିବାକୁ ଜନ ସାଧାରଣ ରେ ଦାବି ହେଉଛି। ଏ ସମ୍ପର୍କରେ କୃଷି ଫାର୍ମ ଦାଇତ୍ୱ ରେ ଥିବା J E ହରପ୍ରିୟା ସୌରାଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରୁଥିଲୁ କିନ୍ତୁ ଯୋଗାଯୋଗ ହୋଇ ପାରିନଥିଲା। ପ୍ରଶାସନ ଏହି କାମରେ ହସ୍ତକ୍ଷେପ କରି ଏହି ପାଚେରୀ ନିର୍ମାଣ ର ତଦନ୍ତ କରିବା ପାଇଁ ଦାବି ହେଉଛି । ବିଶେଷ ସୂତ୍ରରୁ ଜଣା ପଡ଼ିଛି ଏହି ପାଚେରି ଏବଂ ଗେଟ ତିଆରି ପାଇଁ ଛଅ ରୁ ଆଠ ଲକ୍ଷଟଙ୍କା ମଞ୍ଜୁର ହେଇଛି । 
Comments
Loading...