ଡାବୁଗାଁରେ ସାଧାରଣତନ୍ତ୍ର ଦିବସ ପାଳିତ

କୋଶଲ ନ୍ୟୁଜ୍ ବ୍ୟୁରୋ :ଡାବୁଗାଁ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟାଳୟ , ତହସିଲ କାର୍ଯ୍ୟାଳୟ , ଥାନା, ପୋଷ୍ଟ ଅଫିସ, ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ , ସାମ୍ବାଦିକ ସଂଘ କାର୍ଯ୍ୟାଳୟ ଓ ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ ଓ ବିଦ୍ୟାଳୟ ଗୁଡିକରେ ସରକାରଙ୍କ କୋଭିଡ-୧୯ ନିୟମ ପାଳନ କରି ସାମାଜିକ ଦୂରତା ରକ୍ଷାକରି ମୁହଁରେ ମାସ୍କ ବାନ୍ଧି ମଙ୍ଗଳବାର ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି | ବ୍ଲକ କାର୍ଯ୍ୟାଳୟ ରେ ବ୍ଲକ ଅଧ୍ୟକ୍ଷ ବଂଶୀଧର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ | 
ତହସିଲ କାର୍ଯ୍ୟାଳୟ ରେ ତହସିଲଦାର ସନ୍ଧ୍ୟା ସମରଥ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ବ୍ଲକ ସାମ୍ବାଦିକ ସଂଘ ଠାରେ ମଧ୍ୟ ପତାକା ଉତ୍ତୋଳନ କରାଯାଇଥିଲା ଏହି ସମୟରେ ଉପସ୍ଥିତ ଥିଲେ ସଂଘର ସମ୍ପାଦକ ମିହିର ଶଙ୍କର ପାତ୍ର,ଗଗନ ଗନ୍ତାୟତ, ସୁଶାନ୍ତ ପଣ୍ଡା, ପଦ୍ମନ ଭତ୍ରା, ଏବଂ ଅନ୍ୟ ସାମ୍ବାଦିକ ଭାଇ ମାନେ । ଏହି ଭଳି ବ୍ଲକ ରେ ପତ୍ତକା ଉତ୍ତଳନ ସମୟରେ ବିଡିଓ ରଞ୍ଜିତାମେରୀ ନାୟକ, ଅତିରିକ୍ତ ତହସିଲଦାର ଉମେଶ କୁମାର ପୂଜାରୀ, ସହକାରୀ ଯନ୍ତ୍ରୀ ବିଜୟ କୁମାର ସିଂ, କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ଚୌଧୁରୀ, ସାମ୍ବାଦିକ ସଂଘ ସମସ୍ତ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ | 
ଏହା ପରେ ଜୟନ୍ତୀନଗର ସ୍ଥିତ ଶିଶୁ ଉଦ୍ୟାନ ରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ |ତତ୍ପରେ ଗୈ।ରୀଦେଵୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜି ସାଇ ରାଜୁ ଜାତୀୟ ପତାକାକୁ ଉତ୍ତୋଳନ କରିଥିବା ଵେଳେ ପଞ୍ଚାୟତ ସମିତି ଅଧ୍ୟକ୍ଷ ବଇଁଶୀ ଧର ମାଝୀ,ସହକାରୀ ଯନ୍ତ୍ରୀ ଶ୍ରୀ ସିଂ,ବାବି ଜେନା,ଗୁପ୍ତ ବିଶୋଇ,ବରିଷ୍ଠ ସାମ୍ବାଦିକ ଶ୍ରୀ ମହାନ୍ତି , ଶ୍ରୀ ପରିଡା ଓ ଗଣେଶ ଛତ୍ର ଉପସ୍ଥିତ ରହିଥିଲେ।ସେହିପରି ସରକାରୀ ଵାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଅନୁସୁଚୀତ ଜାତି ଓ ଜନ ଜାତି ବିଭାଗ ଦ୍ୱାରା ପରିଚାଳିତ)ର ଅଧ୍ୟକ୍ଷ ସୁକାନ୍ତ କୁମାର ସ୍ୱାଇଁ ଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ହୋଇଥିଲା।
Comments
Loading...