ଡାବୁଗାଁ ବ୍ଲକରେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଭଗବାନଙ୍କ ଭରସାରେ

କୋଶଲ ନ୍ୟୁଜ୍ ବ୍ୟୁରୋ : ନବରଙ୍ଗପୁର: ଗତ ଡିସେମ୍ବର ମାସ ୮ ତାରିଖରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଗୁଡିକ ଖୋଲା ଯାଇଥିଲା ।ଏହି କ୍ରମରେ ଡାବୁଗାଁ ବ୍ଲକ ଚଚରାଗୁଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଗତ ଡିସେମ୍ବର ମାସ ୮ ତାରିଖରୁ ଖୋଲା ଯାଇଥିଲା । ତେବେ ଏହି ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବାକୁ ଜଣେ ହେଲେ ଶିକ୍ଷକ ନିଯୁକ୍ତି ହୋଇ ନ ଥିବାରୁ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ୬୪ ଜଣ ଛାତ୍ରଛାତ୍ରୀ ପ୍ରତିଦିନ ବିଦ୍ୟାଳୟକୁ ଯାଉଥିଲେ ସୁଦ୍ଧା ବିନା ଶିକ୍ଷାଦାନରେ ଘରକୁ ଫେରୁଥିଲେ ।ଦୁଃଖର ବିଷୟ ଡାବୁଗାଁ ବ୍ଲକରେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଭଗବାନଙ୍କ ଭରସାରେ ଚାଲିଛି । ତେବେ ଏଠାରେ ଶିକ୍ଷକ ନ ଥିବାରୁ ଆଜି ଚଚରାଗୁଡ଼ା ସରପଞ୍ଚ ଧର୍ମାନନ୍ଦ ନାୟକ ସହ ଅଭିଭାବକ ଓ ଗ୍ରାମବାସୀ ମାନେ ବିଦ୍ୟାଳୟରେ ତାଲା ଠୁଙ୍କିଛନ୍ତି । ବିଦ୍ୟାଳୟ ସମ୍ମୁଖ ଫାଟକରେ ପ୍ଲା କାର୍ଡ ରେ ଆମ ଭବିଷ୍ୟତ କୁ ସରକାର ଦୃଷ୍ଟି ଦିଅ, ରାମସା ନିୟମ କୁଆଡେ ଗଲା, ତୁରନ୍ତ ଶିକ୍ଷକ ନିଯୁକ୍ତି ଦିଅ ବୋଲି ଛାତ୍ରଛାତ୍ରୀ ଲେଖିଥିଲେ । ସ୍ଥାୟୀ ଶିକ୍ଷକ ପ୍ରଦାନ ପରେ ହିଁ ବିଦ୍ୟାଳୟର ତାଲା ଖୋଲା ଯିବ ବୋଲି ଅଭିଭାବକ ଓ ଗ୍ରାମବାସୀ କହିଛନ୍ତି । ତେବେ ଆଜି ବିଦ୍ୟାଳୟରେ ତାଲାଠୁଙ୍କା ଯାଇଥିଲେ ସୁଦ୍ଧା କୌଣସି ଅଧିକାରୀ ବିଦ୍ୟାଳୟକୁ ଯାଇ ନାହାନ୍ତି । 

ସୂଚନା ଥାଉ କି ଏହି ବିଦ୍ୟାଳୟରେ ପ୍ରାୟ ଆଦିବାସୀ ଓ ପଛୁଆବର୍ଗ ର ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ପୂର୍ବରୁ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଶିକ୍ଷାଦାନ କରିବା ନିମନ୍ତେ ଜଣେ ମାତ୍ର ଶିକ୍ଷକ ବିଧାନ ବିଶ୍ୱାସ ନିଯୁକ୍ତି ହୋଇଥିଲେ ,କିନ୍ତୁ ଶିକ୍ଷା ବିଭାଗ ତରଫରୁ ଶିକ୍ଷକ ବିଧାନ ବିଶ୍ୱାସ ଙ୍କୁ ପଦୋନ୍ନତି ପରେ ନିକଟ ମେଦନା ସରକାରୀ ଉଚ୍ଚ ବିଦ୍ୟାଳୟ କୁ ବଦଳି କରି ନେଇଥିଲେ । ଯଦ୍ଵାରା ଚଚରାଗୁଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷକ ଶୂନ୍ୟ ରହିଥିଲା । 
ଏଥି ପୂର୍ବରୁ ମଧ୍ୟ ଏହି ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ଗ୍ରାମବାସୀ ଶିକ୍ଷା ବିଭାଗ ରୁ ଆରମ୍ଭ କରି ରାଜନେତା ଓ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବା ଯୋଗୁଁ ଆଜି ଗ୍ରାମବାସୀ ବିଦ୍ୟାଳୟରେ ତାଲା ଠୁଙ୍କି ଛନ୍ତି ।ତେବେ ଚଳିତ ଶିକ୍ଷାବର୍ଷ ରେ ସରକାର ମାତ୍ର ୧୦୦ ଦିନ ଶିକ୍ଷାଦାନ ନିମନ୍ତେ ନିଷ୍ପତି ନେଇଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ୨୭ ଦିନ ର ଶିକ୍ଷାଦାନ ବେକାର ହୋଇଯାଇଛି .ଆଗକୁ ଆଦିବାସୀ ଓ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ଅଭିଭାବକ ଓ ଗ୍ରାମବାସୀ ଚିନ୍ତିତ ଥିବାବେଳେ ସ୍ଥାୟୀ ଶିକ୍ଷକ ନିଯୁକ୍ତି ନ ଦେବା ପର୍ଯ୍ୟନ୍ତ ଚଚରାଗୁଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ତାଲା ଖୋଲାଯିବ ନାହିଁ ବୋଲି ଗ୍ରାମବାସୀ ଓ ଅଭିଭାବକ କହିଛନ୍ତି ।ତାଲା ପକାଇଵା ଖବର ପ୍ରଶାସନ ଜାଣିବା ପରେ ଜଣେ ଶିିକ୍ଷକଙ୍କୁ ଡେପୁୁୁୁଟେସନରେ ପଠାଇଥିବା କଥା ଚଚରାଗୁଡା ସରପଞ୍ଚ ଧର୍ମାନନ୍ଦ ନାୟକ ଙ୍କୁ ଯୋଗାଯୋଗ କରିବା ରୁ ଜଣାପଡିଛି ।ସେ ମଧ୍ୟ କହିଛନ୍ତି ଉକ୍ତ ବିଦ୍ୟାଳୟ କୁ ସ୍ଥାୟୀ ଶିକ୍ଷକ ନିଯୁକ୍ତି କଲେ ବିଦ୍ୟାଳୟ ତାଲା ପକା ଆନ୍ଦୋଳନ ରୁ ଓହରିବେ।କାଲି ବିଚାର କରାଯିବ ବୋଲି ମତ ବ୍ୟକ୍ତ କରିଛନ୍ତି।
Comments
Loading...