ଡାବୁଗାଁ ବ୍ଲକ କଂଗ୍ରେସ କମିଟି ଗଠିତ
କୋଶଲ ନ୍ୟୁଜ୍ ବ୍ୟୁରୋ : ଡାବୁଗାଁ : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନ ଡ଼ଙ୍ଗରିଗୁଡା ଅମ୍ବତୋଟାରେ ବ୍ଲକ କଂଗ୍ରେସ ର ଏକ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବ୍ଲକ କଂଗ୍ରେସ ର ନୂତନ ବ୍ଲକ କମିଟି ଚୟନ କରାଯାଇଛି |
ଅନ୍ୟାନ୍ୟ ଖବର ପଢନ୍ତୁ
ଏଥିରେ ବ୍ଲକ ସଭାପତି ଭାବେ ଜି॰ ସାଇ ରାଜୁ, ଉପସଭାପତି ଭାବେ ପ୍ରକାଶ ଚନ୍ଦ୍ର ପଣ୍ଡା, ଗୁପ୍ତ ବିଶୋୟୀ ଓ ବାବି ଜେନା, ସାଧାରଣ ସମ୍ପାଦକ ବଂଶୀଧର ମାଝୀ, କୋଷାଧ୍ୟକ୍ଷ ଭାବେ ଶଶୀଧର ମାଝୀ, ବ୍ଲକ ଯୁବ କଂଗ୍ରେସ ସଭାପତି ଭାବେ ପ୍ରଦୀପ ଜେନା (ପିଣ୍ଟୁ) ଏବଂ ୧୨ ଜଣ ସଭ୍ୟ ଙ୍କୁ ଚୟନ କରାଯାଇଛି |
ଏଥିରେ ମୁଖ୍ୟ ଅତିଥି ଭାବେ ଜିଲା କଂଗ୍ରେସ ସଭାପତି ମନୋରଞ୍ଜନ ତ୍ରିପାଠୀ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଅଖିଳ ଭତ୍ରା, ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ଦ୍ଵାରିକା ମହାପାତ୍ର, ଡାବୁଗାଁ ଜିଲ୍ଲାପରିଷଦ ସଭ୍ୟା ମାଳତି ମାଝୀ, ସମସ୍ତ ସରପଞ୍ଚ, ସମିତି ସଭ୍ୟା ସଭ୍ୟ ଏବଂ କର୍ମୀ ମାନେ ଉପସ୍ଥିତ ଥିଲେ|
ଆମେ ଦେବୁ ସତ୍ୟ ଖବର ସବୁ ଅଞ୍ଚଳ ର ଖବର ସବୁ ଖବର ଆପଣଙ୍କ ପାଖରେ ସବୁ ସମୟରେ।
କୋଶଲ ନ୍ୟୁଜ୍। ଆପଣଙ୍କର ଅଞ୍ଚଳ, ଆପଣଙ୍କର ଖବର।
Next Post
Comments