ପାପଡାହାଣ୍ଡି ବ୍ଲକ ଡଙ୍ଗରା ମଣ୍ଡଳ଼ ରେ ବିଜେପିର ପ୍ରଶିକ୍ଷଣ ଶିବିର

କୋଶଲ ନ୍ୟୁଜ୍ ବ୍ୟୁରୋ : ନବରଙ୍ଗପୁର: ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଡଙ୍ଗରା ମଣ୍ଡଳ଼ ରେ ବିଜେପି ର ପ୍ରଶିକ୍ଷକ ଆରମ୍ଭ ହୋଇଯାଇଛି। ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ପଦ୍ମନ ନାୟକ ଏବଂ ଜିଲ୍ଲା ଉପ ସଭାପତି ଜୟନ୍ତ କୁମାର ପାତ୍ର ଭାରତମାତା ଙ୍କ ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରି ପ୍ରଶିକ୍ଷଣ ର ଶୁଭାରମ୍ଭ କରିଥିଲେ। ମଣ୍ଡଳ ସଭାପତି ସତ୍ୟବାନ୍ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ରେ ସାତଟି ପଞ୍ଚାୟତ ର ବିଜେପି କାର୍ଯ୍ୟାକର୍ତ୍ତା ମାନେ ଅଂଶ ଗ୍ରହଣ କରି ପ୍ରଶିକ୍ଷଣ ନେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମୈଦଲପୁର ମଣ୍ଡଳ ସଭାପତି ରବିନ୍ଦ୍ର ପାଳ, ନରେନ୍ଦ୍ର ସାହୁ, ଶ୍ୟାମସୁନ୍ଦର ନାୟକ, ଗୋପାଳ ସାହୁ, ମାନସାଏ ମାଝୀ, ଲିଙ୍ଗରାଜ ଗଉଡ, ଏବଂ ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ। ପ୍ରଶିକ୍ଷକ ମାନେ ବିଜେପି ର ଇତିହାସ, ସଂଘ ପରିବାର, ବିଚାର ଇତ୍ୟାଦି ବିଷୟରେ ପ୍ରଶିକ୍ଷଣ ଦେଇଥିଲେ|

Comments
Loading...