ବାର୍ଦ୍ଧକ୍ୟ, ବିକଳାଙ୍ଗ ଓ ବିଧବା ଭତ୍ତା ର ପ୍ରଥମ କିସ୍ତି ବଣ୍ଟନ କାର୍ଯ୍ୟକ୍ରମ

କୋଶଲ ନ୍ୟୁଜ୍ ବ୍ୟୁରୋ : ଡାବୁଗାଁ : ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷରେ ବ୍ଲକ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣବିଭାଗ ତରଫରୁ ବାର୍ଦ୍ଧକ୍ୟ, ବିକଳାଙ୍ଗ ଓ ବିଧବା ଭତ୍ତା ର ପ୍ରଥମ କିସ୍ତି ବଣ୍ଟନ କାର୍ଯ୍ୟକ୍ରମ ବିଡିଓ ରଞ୍ଜିତାମେରୀ ନାୟକ ଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ସମ୍ମାନୀତ ଅତିଥି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଯୋଗଦେଇ ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ |

ଡାବୁଗାଁ ବ୍ଲକରେ ଆଜି ପର୍ଯ୍ୟନ୍ତ ୯୩୭୦ ଜଣ ହିତାଧିକାରୀ ଭତ୍ତା ପାଉଛନ୍ତି | ସରକାରଙ୍କ କରୋନା କଟକଣା ଯୋଗୁଁ ଆଜି ବ୍ଲକ ଅଧୀନ ୧୨ ଟି ପଞ୍ଚାୟତର ଭିଭିନ୍ନ ଗ୍ରାମରୁ ୧୧୦ ଜଣ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ କରାଯାଇଛି ଓ ବୁଧବାର ଦିନ ଆଉ ୬୪ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯିବ |
ଉକ୍ତ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ଜିଲା ପରିଷଦ ଉପାଧ୍ୟକ୍ଷା ନିବେଦିତା ମହାନ୍ତି, ବ୍ଲକ ଅଧ୍ୟକ୍ଷ ବଂଶୀଧର ମାଝୀ, ଉପାଧ୍ୟକ୍ଷା ସୁଷମା ବିଶୋୟୀ, ସାଂସଦ ପ୍ରତିନିଧି ଏମ୍॰ ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍॰ ବୁଲୁ ରାଓ, ଭରପ୍ରାପ୍ତ ସମାଜିକ ସୁରକ୍ଷା ଅଧିକାରୀ ଅତନୁ ଦେଉରୀ, ସମସ୍ତ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ସମିତି ସଭ୍ୟାସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ | ଏବିଡିଓ ପଦ୍ମନାଭ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |
Comments
Loading...