ବିଚାରଧୀନ କଏଦୀର ମୃତ୍ୟୁ

କୋଶଲ ନ୍ୟୁଜ୍ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା ଉପ କାରାଗାରରେ ଥିବା ବିଚାରଧୀନ କଏଦୀର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ମୃତ କଏଦୀ ଜଣକ ହେଲେ କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଦଶାପାଇ ଗୁଡ଼ା ଗାଁର ରାମଧର ଭତ୍ରା ନବରଙ୍ଗପୁର ଜିଲ୍ଲା ଗତ ଜାନୁୟାରୀ ମାସ ୨୨ ତାରିଖରୁ ଉପ କାରାଗାରରେ ବିଚାରଧୀନ କଏଦୀ ଭାବରେ ଜେଲରେ ରହିଆସୁଥିଲେ ରାମଧର ଭତ୍ରା । ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପକ୍ସୋ ମାମଲାରେ ଗିରଫ ହୋଇ ସେ ଜେଲରେ ଥିଲେ ଜେଲ ରେ ତାଙ୍କ ସ୍ୱାସ୍ତ୍ୟବସ୍ଥା ଭଲ ରହୁ ନଥିଲା । ହଠାତ ଗତକାଲି ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ସକାଳୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ବିଳମ୍ବିତ ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ।

Comments
Loading...