ବେକରେ ଗାମୁଛା ବାନ୍ଧି ଯୁବକଙ୍କ ଆତ୍ମହତ୍ୟା
ଅନ୍ୟାନ୍ୟ ଖବର ପଢନ୍ତୁ
କୋଶଲ ନ୍ୟୁଜ୍ ବ୍ୟୁରୋ : ନବରଙ୍ଗପୁର : ଡାବୁଗାଁ ଥାନା ଅନ୍ତର୍ଗତ ଉମୁରାହାଣ୍ଡି ଗ୍ରାମରେ ଜଣେ ଯୁବକ ଆଜି ଦିନ ପ୍ରାୟ ୧ ଘଣ୍ଟା ସମୟରେ ଗ୍ରାମର ଏକ କେନ୍ଦୁଗଛରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଯୁବକ ଜଣକ ଉମୁରାହାଣ୍ଡି ଗ୍ରାମର ଠକଧର ଗୌଡ ବୟସ ପ୍ରାୟ ୨୪ ବର୍ଷ ହେବ ବୋଲି ଜଣାପଡିଛ।
ଉମୁରାହାଣ୍ଡି ଗ୍ରାମର ଦଇନୁ ଗୌଡର ପୁଅ ଠକଧର ଗୌଡ ବିବାହିତ । ତାର ଏକ ଛୋଟ ଝିଅ ମଧ୍ୟ ଅଛି। ତେବେ ଦିନ ପ୍ରାୟ ଏକ ଘଣ୍ଟା ସମୟରେ ଗ୍ରାମର ମନ୍ଦିର ନିକଟ କେନ୍ଦୁ ଗଛରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି। ସେହି ରାସ୍ତା ଦେଇ ଯାତାୟାତ କରୁଥିବା ଗ୍ରାମବାସୀ ଠକଧର ଆତ୍ମହତ୍ୟା କରିଥିବା ନେଇ ପରିବାର ଲୋକଙ୍କୁ ଖବର ଦେବାପରେ ପରିବାର ଲୋକେ ଏ ନେଇ ଡାବୁଗାଁ ଥାନାରେ ଏତଲା ଦେଇଥିଲେ। ଡାବୁଗାଁ ପୁଲିସ ଉମୁରାହାଣ୍ଡି ଗ୍ରାମରେ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।
ଆମେ ଦେବୁ ସତ୍ୟ ଖବର ସବୁ ଅଞ୍ଚଳ ର ଖବର ସବୁ ଖବର ଆପଣଙ୍କ ପାଖରେ ସବୁ ସମୟରେ।
କୋଶଲ ନ୍ୟୁଜ୍। ଆପଣଙ୍କର ଅଞ୍ଚଳ, ଆପଣଙ୍କର ଖବର।
Comments