ମୃତକଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରି କେଣ୍ଡେଲ ଶୋଭାଯାତ୍ରା

 କୋଶଲ ନ୍ୟୁଜ୍ ବ୍ୟୁରୋ : ଡାବୁଗାଁ , ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଅତି ଉଚ୍ଚ କୋଟିର ବ୍ୟକ୍ତି ସତ୍ୟଜିତ , ତାଙ୍କ ବାପା ଓ ଡାବୁଗାଁ ଏସବିଆଇ ବିଏମ ଦୃଘଟଣା ରେ ଶୁକ୍ରବାର ପ୍ରାଣ ହରାଇଛନ୍ତି । ଏନେଇ ଡାବୁଗାଁ ରେ ଶନିବାର ସନ୍ଧ୍ୟାରେ ସେମାନଙ୍କୁ ସର୍ଦାଞ୍ଜଳି ପ୍ରଦାନ କରିବା ନେଇ କେଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା । ଶନିବାର ସକାଳ 6 ଘଣ୍ଟ ସମୟରୁ ଅପରାହ୍ନ 12 ଘଣ୍ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ କରିଛନ୍ତି । ସତ୍ୟଜିତ ଜଣେ ଭାବ ପ୍ରବଣ ଓ ଜଣେ ଉଚ ମାନବିକତା ସମ୍ପନ ବ୍ୟକ୍ତି ଥିଲେ । ତାଙ୍କର ଏପରି ଅଚାନକ ମୃତ୍ୟୁ କୁ ନେଇ ଡାବୁଗାଁ ଗ୍ରାମବାସୀ ଶୋକ ପ୍ରକାଶ କରିଛନ୍ତି ।

 ସତ୍ୟଜିତ ଙ୍କ ବାପା ମଧ୍ୟ ଜଣେ ସୁନାମ ଧନ୍ୟ ଲୋକ ଥିଲେ । ଡାବୁଗାଁ ର ଏହି ଦୁଇଜଣଙ୍କ ଅଚାନକ ମୃତ୍ୟୁ କୁ ନେଇ ଡାବୁଗାଁ ଅଞ୍ଚଳ ର ଯୁବଗୋଷ୍ଠୀ ଓ ତାଙ୍କ ବନ୍ଧୁ ମନେ ଡାବୁଗାଁ ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରୁ ଜଗନ୍ନାଥ ମନ୍ଦିର ସାମ୍ନା ପର୍ଯ୍ୟନ୍ତ କେଣ୍ଡେଲ ଶୋଭାଯାତ୍ରା କରିଥିଲେ । ଗୁରୁବାର ସନ୍ଧ୍ୟା ରେ ସତ୍ୟଜିତ ଡାବୁଗାଁ ର ନିଜ ସାଙ୍ଗ ସାଥୀଙ୍କ ସହ ରହିଥିବା ବେଳେ ତାଙ୍କ ମୃତ୍ୟୁ କୁ କେହି ଗ୍ରହଣ କରିପାରୁନାହାନ୍ତି । ଏପଟେ ପରିବାର ର ୨ ଜଣ ସଦସ୍ୟ ଙ୍କୁ ହରାଇ ପରିବାର ଦୁଃଖରେ ଭାଙ୍ଗି ଯାଇଛି । ମୃତକଙ୍କୁ ଡାବୁଗାଁ ସାମ୍ବାଦିକ ସଙ୍ଘ ତରଫରୁ ମଧ୍ୟ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା ।
Comments
Loading...