ରାଜ୍ୟ ଯୋଜନା ବୋର୍ଡ ଅଧକ୍ଷଙ୍କ ଦ୍ୱାରା ଡାବୁଗାଁ ଅଙ୍ଗିନଦୀ ସେତୁ ଉଦ୍ଘାଟନ

 କୋଶଲ ନ୍ୟୁଜ୍ ବ୍ୟୁରୋ : ନବରଙ୍ଗପୁର ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଙ୍ଗିନଦୀ ଉପରେ ରାଜ୍ୟ ରାଜପଥ ଉପର ଦେଇ ଏକ ନୂତନ ସେତୁ ନିର୍ମାଣ ହୋଇଥିଲା । ଏହି ପୋଲ କୁ ମଙ୍ଗଳବାର ସନ୍ଧ୍ୟା ସମୟରେ ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ଙ୍କ ଦ୍ଵାରା ରିବନ କାଟି ଉଦଘାଟନ କରାଯାଇଛି । 

ଏହି କାର୍ଯ୍ୟ କ୍ରମରେ ପ୍ରଣବ ପ୍ରକାଶ ଦାସ (ବବି) ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ , ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ , ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି,ଏକ୍ସ୍ ଜିଲ୍ଲା ଚେୟାରମେନ ମତିରାମ ନାୟକ, ସଭାପତି ଅର୍ଜୁନ ତ୍ରିପାଠୀ , ଡାବୁଗାଁ ବ୍ଲକ ସଭାପତି ସୁରେନ୍ଦ୍ର କୁମାର ମିଶ୍ର , ଅଶୋକ କୁମାର ମୂର୍ତ୍ତି, ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ , ଡାବୁଗାଁ ତହସିଲଦାର , pwd sdo ,je ପ୍ରମୁଖ ଯୋଗଦେଇଥିଲେ । ପ୍ରଥମେ ଶ୍ରୀ ବର୍ମା ଓ ଶ୍ରୀ ପ୍ରଣବ ଙ୍କୁ ଫୁଲ ଗୁଚ୍ଛା ଦେଇ ଡାବୁଗାଁ ବିଜେଡି ତରଫରୁ ସ୍ୱାଗତ କରାଯାଇଥିଲା । ପରେ ବାଜା ବଜାଇ ପ୍ରାୟ ୧ କିମି ଦୂର ପଦ ଯାତ୍ରା କରିଥିଲେ । ଏହା ପରେ ରାଜ୍ୟ ରାଜପଥ ୩୯ ଉପରେ ଥିବା ଅଙ୍ଗୀନଦୀ ସେତୁ ଉଦଘାଟନ କରାଯାଇଥିଲା ।
Comments
Loading...