ହିନ୍ଦୁ ମହାସଂଘ ର ବୈଠକ

କୋଶଲ ନ୍ୟୁଜ୍ ବ୍ୟୁରୋ : ନବରଙ୍ଗପୁର : କୋଟାଗାଁ ମଣ୍ଡେଇ ଅବସରରେ ହିନ୍ଦୁ ମହାସଂଘ ତରଫରୁ ମହାସଂଘ ର କେନ୍ଦ୍ରୀୟ ମାର୍ଗଦର୍ଶକ

ସୈ।ଭାଗ୍ୟଦାଶ ବାବା ଙ୍କ ଅଧ୍ୟକ୍ଷତାରେ ଏକ ଧାର୍ମିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାବାଙ୍କ ଆଶୀର୍ବାଦ ପାଇବା ପାଇଁ ଶତାଧିକ ଭକ୍ତ ଓ ହିନ୍ଦୁ ମହାସଂଘ ର କାର୍ଯ୍ୟକର୍ତ୍ତା କୋଟାଗାଁ ସ୍ଥିତ ଆଶ୍ରମରେ ଉପସ୍ଥିତ ରହି ଥିଲେ। ସୌଭାଗ୍ୟଦାଶ ବାବା ଙ୍କ ଧାର୍ମିକ ପ୍ରବଚନ ଶୁଣି ଭକ୍ତମାନେ ଶେଷରେ ମଣ୍ଡେଇ ରେ ଯାଇ ସ୍ଥାନୀୟ ଦେବାଦେବୀ ମାନଙ୍କ ଦର୍ଶନ କରିଥିଲେ। ହିନ୍ଦୁ ମହାସଂଘ ର ପ୍ରତିଷ୍ଠାତା ଶ୍ରୀ ଜୟନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି ଯେ, ଆଗାମୀ ଦିନରେ ମହାସଂଘ କୁ ସୁଦୃଢ କରିବା ପାଇଁ ବାବାଙ୍କ ଅନେକ ଧର୍ମ ଅଧିବେଶନ ଅବିଭକ୍ତ କୋରାପୁଟ ଜିଲ୍ଲା ରେ ଆୟୋଜନ କରାଯିବ।
Comments
Loading...