ରଥଯାତ୍ରା ପାଇଁ କୋରନା କଟକଣା ମାନି ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହେଲା ପ୍ରସ୍ତୁତି ବୈଠକ

ନବରଙ୍ଗପୁର:-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ର ଐତିହାସିକ ରଥଯାତ୍ରାକୁ କୋରନା କଟକଣା କୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ସହିତ ଜଗନ୍ନାଥ ମନ୍ଦିର ର ପୂଜକ ଏବଂ ସେବାୟତ ମାନଙ୍କୁ ନେଇ ରଥଯାତ୍ରା ର ରୀତିନୀତି ଅନୁଯାୟୀ ପାଳନ କରାଯିବ ଏନେଇ ଆଜି ଡାବୁଗାଁ ତହସିଲ ଅଫିସ କାର୍ଯ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହେଇଯାଇଛି। କମିଟି ସଭାପତି ତହସିଲଦାର ସନ୍ଧ୍ୟା ସମରଥ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପୂର୍ବବର୍ଷ ର ଆୟବ୍ୟୟର ସମୀକ୍ଷା କରାଯାଇଥିଲା। ସ୍ନାନ ପୂର୍ଣ୍ଣିମା ଠାରୁ ବାହୁଡା ରଥଯାତ୍ରା ପଯ୍ୟନ୍ତ ଶ୍ରୀ ଜୀଉଙ୍କ ନୀତିକାନ୍ତି କି ଭଳି ଶୃଙ୍ଖଳିତ ହୋଇପାରିବ ସେ ନେଇ ବିସ୍ତୃତ ଆଲୋଚନା କରାଯାଇଛି। ଏବର୍ଷ ମଧ୍ୟ କୋରନା କଟକଣା ନିୟମ ଅନୁଯାୟୀ କେବଳ ମନ୍ଦିର ପୂଜକ ଏବଂ ସେବାୟତମାନଙ୍କୁ ନେଇ ରଥଯାତ୍ରା ପାଳନ କରାଯିବ ଏବଂ ଜନସାଧାରଣଙ୍କୁ ମନ୍ଦିର କୁ ଯିବା ପାଇଁ ନିଷେଧ ଅଛି ବୋଲି ତହସିଲଦାର ସନ୍ଧ୍ୟା ସମରଥ ପ୍ରକାଶ କରିଛନ୍ତି। ଆଜିର ଏହି ବୈଠକରେ ସଭାପତି ତହସିଲଦାର ସନ୍ଧ୍ୟା ସମରଥ, ଉପ ସଭାପତି ଜି ଭେଙ୍କଟ ଶ୍ଵର ରାଓ(ପାଣ୍ଡୁଲୁ) ସମ୍ପାଦକ ଜି ସାଇ ରାଜୁ, ଦେବରାଜ ପାତ୍ର,ସୁରି ମିଶ୍ର, ଭଗବାନ ମହାନ୍ତି, ଭଗବାନ ଖୁଣ୍ଟିଆଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ, ବଜାର କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ।

Comments
Loading...