ଡ଼ମ୍ବ ସାମ୍ପ୍ରଦାୟର ହୋଇ ଆଦିବାସୀ ଜାତି ପ୍ରମାନପତ୍ର ପାଇଥିବା ଘଟଣାକୁ ବିରୋଦ୍ଧ

ଵି:ଦ୍ର:- ଜାଲ ଜାତିଗତ ପ୍ରମାଣପତ୍ର ବାତିଲ କରିବା ନେଇ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ନବରଙ୍ଗପୁର:- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଅଖିଳ ଭାରତୀୟ ଭତରା ବିକାଶ ପରିଷଦ ତରଫରୁ ଜାଲ ଜାତିଗତ ପ୍ରମାଣ ପତ୍ର ବାତିଲ କରିବା ନିମନ୍ତେ ଏକ ଦାବୀପତ୍ର ଡାବୁଗାଁ ତହସିଲଦାର ଙ୍କୁ ଶନିବାର ପ୍ରଦାନ କରାଯାଇଛି । ଡାବୁଗାଁ ତହସିଲଦାର ଙ୍କ ଅନୁପସ୍ଥିତ ରେ ମୁଖ୍ୟ କିରାଣୀ ବିଶ୍ଵନାଥ ପାଣଗ୍ରାହୀ ଦାବୀପତ୍ର ଗ୍ରହଣ କରିଥିଲେ । ଉକ୍ତ ଦାବୀପତ୍ର ରେ ଡାବୁଗାଁ ତହସିଲ ଅଧୀନ ଘୋଡାଖୁଣ୍ଟା ରାଜସ୍ବ ମଣ୍ଡଳ ଅଧୀନ ନନ୍ଦପୁରା ଗ୍ରାମର ଅମ୍ବିକା ଭତ୍ରା ପିତା ଜୟଦେବ ଭତ୍ରା ପ୍ରକୃତ ରେ ଆଦିବାସୀ ଭତରା ସମ୍ପ୍ରଦାୟ ର ନୁହନ୍ତି । ସେ କୌଶଳ କ୍ରମେ ଆଦିବାସୀ ଜାତି ପ୍ରମାଣ ପତ୍ର ହାତେଇ ନେଇ ବର୍ତ୍ତମାନ ଓଡ଼ିଶା ସବ-ଓଡ଼ିନେଟ ଷ୍ଟାଫ୍ ସିଲେକସନ୍ କମିଶନ ଅଧୀନରେ ସ୍ବାସ୍ଥ୍ୟ ବିଭାଗରେ ନିଯୁକ୍ତି ପାଇବା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେ ଜଣେ ଡମ୍ବ ସମ୍ପ୍ରଦାୟ ର ଅଟନ୍ତି । ଏନେଇ ଯୁଗ୍ମ ସଚିବ ଓଡ଼ିଶା ସବ-ଓଡ଼ିନେଟ ଷ୍ଟାଫ୍ ସିଲେକସନ୍ କମିଶନ ପତ୍ର ସଂଖ୍ୟା ଆଇ ଆଇ ଇ.୩୭/୨୦୨୪/୭୪୨/ଓଏସଏସଏସସି ତା୨/୫/୨୪ ରିଖ ଅନୁସାର ଯୋଗ୍ୟ ବିବେଚିତ ହୋଇଛନ୍ତି ଏବଂ ତାଙ୍କ ଜାତି ପ୍ରମାଣ ପତ୍ର ଯାଞ୍ଚ କରିବା ନିମନ୍ତେ ଡାବୁଗାଁ ତହସିଲଦାର ଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ତାଙ୍କ ର ଜାତି ପ୍ରମାଣ ପତ୍ର ରଦ୍ଧ କରାଯାଇ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବା ନେଇ ଦାବୀପତ୍ର ରେ ଉଲ୍ଲେଖ ରହିଛି। ଏହି ଦାବୀପତ୍ର ପ୍ରଦାନ ସମୟରେ ଡାବୁଗାଁ ବ୍ଳକ ଅଖିଳ ଭାରତୀୟ ଭତରା ବିକାଶ ପରିଷଦ ର ସଭାପତି ମୋହନ ନାୟକ , ସମ୍ପାଦକ ରାଇସିଂ ପୂଜାରୀ, ମୋହନ ସିଂ ଗଣ୍ଡ, ହିରଣ୍ୟ ମାଝୀ, ଦୟାନିଧି ବଞ୍ଜରା, ମଙ୍ଗରାଜ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments
Loading...