ଵୁଟିଆଗୁଡାରେ  ଅଲେଖ ମହିମା ନାମ ଯଜ୍ଞ ଅନୁଷ୍ଠିତ

ନବରଙ୍ଗପୁର :-ଡାବୁଗାଁ ବ୍ଳକ ମେଦନା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଵୁଟିଆଗୁଡା ରେ ବ୍ରହ୍ମ ଅବଧୂତ ସୌଭାଗ୍ୟ ବାବା, ବ୍ରହ୍ମ ଅବଧୂତ ଡମ୍ବରୁ ବାବା,ଅନାଦି ବାବା, ଆନୁକୁଲ୍ୟରେ ଵୁଟିଆ ଗୁଡା ଗ୍ରାମ ବାସୀ ସହଯୋଗ ରେ ରବିବାର ଦିନ ସଂଧ୍ୟା ସମୟ ରୁ ଆରମ୍ଭ ହୋଇଥିଲା  । ସନ୍ଧ୍ୟା ସମୟରେ ଅଲେଖ ମହିମା ଭକ୍ତଙ୍କ ସମାବେଶର ଧର୍ମୀୟ ଭାବନାର ଅତିଥି ଶିକ୍ଷକ ଵାଵୁଲାଲ ସାଗର ଯୋଗଦାନ କରି ମହିମା ଧର୍ମ ର ପ୍ରତିଷ୍ଠାତା ସନ୍ଥକବି ଭୀମଭୋଇଙ୍କ ବାଣୀ – ପ୍ରାଣୀ ଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସହୁ ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ – ବାଣୀ ର ସାରାଂଶ ଆଲୋଚନା କରିଥିଲେ। ମହିମା ଧର୍ମର ବାଣୀ ସମଗ୍ର ମାନବ ସମାଜ ର ଅଗ୍ରଗଣ୍ୟ ରେ ସାଂସଦ ଭବନରେ ବାଣୀ ଲିପିଲିଖନ ହୋଇ ସମଗ୍ର ଭାରତ ବର୍ଷ କୁ ଧର୍ମ ସୂତ୍ରରେ ବନ୍ଦନ କରୁଛି।

ସୂର୍ଯ୍ୟ ଉଦୟ ପୂର୍ବରୁ ମହିମା ସାଧୁସନ୍ଥ ମାନଂକ ନିତ୍ୟ କର୍ମ ପରେ ଗେରୁଆ ପୋଷାକ ପିନ୍ଧି ଅଲେଖ ମହିମା ନିରାକାର ନିରଞ୍ଜନ କୁ ଭୂମିରେ ଶରୀର ସ୍ପର୍ଶ ରେ ଆସନ ,ପାଣାୟାମ ମାଧ୍ୟମରେ ଦୈନଦିନି ଧର୍ମ କାର୍ଯ୍ୟ ସମାପନ ରେ ଜଗତ ଉଦ୍ଧାର ପାଇଁ ସାଧୁସନ୍ଥମାନକ ଅବଦାନ ଆମ ସମସ୍ତଙ୍କ ପାଇଁ ପ୍ରେରଣା ର ଉତ୍ସ ହେଉଛି ।ମାନଵ ଜୀବନ କୁ ଧର୍ମ ସୂତ୍ରରେ ରଖିବା ପାଇଁଁ ଶୁଭ ସକାଳ ଆରମ୍ଭ ରୁ ଜୀବନ କୁ ଧର୍ମୀୟ ଭାବନା ସହ ଆରମ୍ଭ କଲେ ମାନବ ଜନ୍ମ ସଫଳ ପାଇଁ ମତ ପୋଷଣ କରିଥିଲେ।ବ୍ରହ୍ମ ଅବଧୂତ ସୌଭାଗ୍ୟ ବାବା ଭକ୍ତ ମାନଂକୁ ଅଲେଖ ମହିମା ଧର୍ମ ବାବଦରେ ଆଲୋଚନା ରେ ଦେଶର ସୁରକ୍ଷା ପାଇଁ ସାଧୁସନ୍ଥମାନକ ଅବଦାନ, ସୀମା ସୁରକ୍ଷା ପାଇଁ ସୈନିକ ଆବଶ୍ୟକତା ସହ ମାଆ ମାନଙ୍କ ଗର୍ଭ ସଂସ୍କାର ରେ ଦଶମାସ ପ୍ରଯତ୍ନ ହୋଇ ସାଧୁ ସନ୍ଥ ଆଶ୍ରୟ, ରାମାୟଣ, ଭାଗବତ ପଠନରେ ଦେଵ ସନ୍ତାନ ଲାଭ କରି ଦେଶର ସାଧୁସନ୍ଥ ସୁରକ୍ଷା ପାଇଁ ମାଆ ମାନଙ୍କ ଅବଦାନ ରେ ମାଆକୁ ଦୁନିଆ ସବୁଦିନ ପାଇଁ ମନେପକାଇବ । ବ୍ରହ୍ମ ଅବଧୂତ ଡମ୍ବରୁ ବାବା ମହିମା ଧର୍ମର ଆଦୃତ ପାଇଁ ପ୍ରତିଦିନ ସାଧୁସନ୍ଥ ମାନଂକ ସାଧନା ରେ ଭାରତ ଧର୍ମ ଦର୍ଶନ ରେ ଅଗ୍ରଗତି ପାଇଁ ମହିମା ଧର୍ମର ଭକ୍ତ ମାନଂକୁ ବାର୍ତ୍ତା ପ୍ରଦାନ କରିଥିଲେ। ରାତିରେ ଘିଅ ଆହୁତି ଅଲେଖ ମହିମା ଶରଣମ ଧ୍ବନିରେ ପରିବେଶ ଧର୍ମ ମୟ ହୋଇଥିଵାସହ ଭଜନ ସଂକୀର୍ତ୍ତନ ସକାଳ ଯାଏଁ ହୋଇଥିଲା। ସକାଳରେ  ସାଧୁସନ୍ଥ ମାନଂକ ସହ ଅଲେଖ ମହିମା ଧର୍ମର ଭକ୍ତ ସମାଗମରେ ଜଳଖିଆ ବ୍ୟବସ୍ଥା ହୋଇଥିଲା। ବ୍ରହ୍ମ ଅବଧୂତ ସୌଭାଗ୍ୟ ବାବା, ବ୍ରହ୍ମ ଅବଧୂତ ଡମ୍ବରୁ ବାବା କୁ ସମସ୍ତଙ୍କ ମହିମା ଧର୍ମ ଭକ୍ତ ମାନଂକ ସାଷ୍ଟାଂଗ ପ୍ରଣାମ ପରେ ଆନୁଷ୍ଠାନିକ ଭାବରେ ମହିମା ଧର୍ମର ନାମ ଯଜ୍ଞ କାର୍ଯ୍ୟ ସମାପନ ହୋଇଥିଲା। ଅଂଚଳ ବାସୀ ମହିମା ଧର୍ମର କାର୍ଯ୍ୟକ୍ରମ କୁ ବୁଦ୍ଧିଜିବୀ ମହଲରେ ଉଚ୍ଚ ପ୍ରଶଂସା କରିଥିଲେ।

Comments
Loading...