ବାଇକ ଦୁର୍ଘଟଣାରେ ୨ ଗୁରୁତର, ୧ ଆହତ

ଡାବୁଗାଁ: ଡାବୁଗାଁ ଥାନା ଅଧିନ ଚାଟିଗୁଡା ଛକ ନିକଟରେ ଏକ ବୋରୱେଲ ଗାଡି ଏକ ମୋଟର ସାଇକେଲ ଧକ୍କା ହେବା ଫଳରେ ୨ ଗୁରୁତର ଓ ୧ ଆହତ ଥିବା ଜଣା ପଡିଛି । ସୂଚନାଯୋଗ୍ୟ ମଙ୍ଗଳବାର ସନ୍ଧ୍ୟା ୭ ଘ॰ ଶ୍ରୀ ମୁର୍ଗା ବୋରୱେଲ ଗାଡି ଉମରକୋଟ ଅଭିମୁଖେ ଯାଉଥିଲା ବେଳେ ବିପରୀତ ଦିଗରୁ ବକଡାବେଡା ଗ୍ରାମରୁ ମାଛ କିଣି ମେଣ୍ଡ୍ରା ଅଭିମୁଖେ ଆସୁଥିବା ଏକ ମୋଟରସାଇକେଲ ସିଜି ୨୩ ଏଫ ୨୭୬୭ ମୁହାଁ ମୁହିଁ ଧକ୍କା ହେବା ଫଳରେ ମୋଟରସାଇକେଲ ଚାଳକ ତେନ୍ତୁଳି ଖୁଣ୍ଟି ବ୍ଲକ ର ଜଳେନ୍ଦ୍ର ସାନ୍ତା (୨୦) ସହ ଅନ୍ୟ ୨ ଜଣ ହେଲେ କାର୍ଲିଚୁଆଁ ଗ୍ରାମର ସୁରେନ୍ଦ୍ର ଜାନୀ (୧୮) ଓ ମେଣ୍ଡ୍ରା ଗ୍ରାମର ସୁଶାନ୍ତ ସାନ୍ତା (୧୮) ରାସ୍ତା କଡ଼କୁ ଛିଟିକି ପଡ଼ି ଆହତ ହୋଇଥିଲେ । ଖବରପାଇ ଡାବୁଗାଁ ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଆହତଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ସ୍ୱାସ୍ଥ୍ୟ କେନ୍ଦ୍ର ରେ ଜଳେନ୍ଦ୍ରଙ୍କ ଡାହାଣ ଗୋଡ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା । ସାଙ୍ଗରେ ଥିବା ୨ ଜଣଙ୍କ ଡାହାଣ ପାର୍ଶ୍ଵ ଆହତ ହୋଇଥିଲେ । ଏହା ଦେଖି ଡାକ୍ତର ଗୁରୁତର ୨ ଜଣଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିଲା । ଘଟଣା ସ୍ଥଳରେ ଡାବୁଗାଁ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ବେଉରିଆ ପହଞ୍ଚି ତଦନ୍ତ କରିଛନ୍ତି । ଘଟଣା ସ୍ଥଳରୁ ବୋରୱେଲ ଗାଡି ଫେରାର ହୋଇଯାଇଛି

Comments
Loading...