ପଶ୍ଚିମବଙ୍ଗ ହିଂସାକୁ ନେଇ ବିଜେପିର ଧାରଣା

ଉମରକୋଟ : ପଶ୍ଚିମବଙ୍ଗରେ ବିଜେପି କାର୍ଯ୍ୟକର୍ତାଙ୍କ ଉପରେ ଟିଏମସିର ହିଂସା ବିରୋଧରେ ତଥା ଭାରତୀୟ ଗଣତନ୍ତ୍ରର ସୁରକ୍ଷା ଓ ଶାନ୍ତି ପାଇଁ ବିଜେପି ପକ୍ଷରୁ ସାରା ଭାରତରେ ଉପବାସ ଓ ଧାରଣା ଦିଆଯାଉଥିବା ବେଳେ କରୋନା ନିୟମାବଳୀକୁ ମାନି ନବରଙ୍ଗପୁର ବିଜେପି ପକ୍ଷରୁ କାର୍ଯ୍ୟକର୍ତାଙ୍କ ଘରେ ଘରେ ଏହି ଧାରଣା ହୋଇଥିବା ଦେଖିବାକୁ ମିଳିଥିଲା । ପ୍ରତୀକାତ୍ମକ ଧାରଣା ରାଜ୍ୟ ଉପସଭାପତି ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ଜିଲ୍ଲା ସଭାପତି ଜଗଦୀଶ ବିଷୟୀ ପାଳନ କରିଥିବା ସ୍ଥଳେ ଉମରକୋଟ ପାର୍ଟି କାର୍ଯ୍ୟାଳୟ ନିକଟରେ ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ରମେଶ ସାହୁ ଓ ନଗର ସଭାପତି ସୁରେଶ କୁମାର ଆଚାର୍ଯ୍ୟ , ରାଇଘର ରେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ , ରାଇଘର ସଭାପତି ମନୋହର ଦଣ୍ଡସେନା , ଡାବୁଗାଁ ରେ ବିଜେପି ର ବରିଷ୍ଠ ନେତା ଜୟନ୍ତ କୁମାର ପାତ୍ର, ମଣ୍ଡଳ ସଭାପତି ରାଜଶେଖର ରାଓ, ସାଧାରଣ ସଂପାଦକ ମହେଶ ପାତ୍ର, କୋଟାଗାଁ ମଣ୍ଡଳ ରେ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ପଦ୍ମନ ନାୟକ, ତୁମ୍ବର୍ଲା ରେ ମୈଦଲପୁର ମଣ୍ଡଳ ସଭାପତି ବାବୁଲି ପାଳ ପ୍ରମୁଖ ସକାଳ ୬ ଟାରୁ ୧୨ଟା ଯାଏଁ ଉପବାସ ପାଳନ କରିବା ସହ ପ୍ଲାକାର୍ଡ ଧରି ଧାରଣାରେ ବସିଥିଲେ । ଏତଦ୍ ବ୍ୟତୀତ ଜିଲ୍ଲା ର ଅଧିକାଂଶ ମଣ୍ଡଳରେ ମଣ୍ଡଳର ସଭାପତି , ସାଧାରଣ ସଂପାଦକ ସାଂପାଦକ ଏବଂ ଅନେକ କାର୍ଯ୍ୟକର୍ତ୍ତା ନିଜ ନିଜ ଘରେ ଧାରଣାରେ ବସିଥିଲେ ।

Comments
Loading...