ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ ଡାବୁଗାଁ ବିଧାୟକଙ୍କ ପୈତୃକ ଗ୍ରାମରେ ଲୋକେ ଟୀକା ନେବାକୁ ଅମଙ୍ଗ

ନବରଙ୍ଗପୁର : କେନ୍ଦ୍ର ଓ ରାଜ୍ୟ ସରକାର ପକ୍ଷରୁ କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ବର୍ଗର ଲୋକମାନଙ୍କୁ ଟୀକା ଦେବାର ବ୍ୟବସ୍ଥା କରାଯାଉଛି । ଏହା ସହ ପ୍ରଶାସନ ପକ୍ଷରୁ ଟୀକା ନେବା ନିମନ୍ତେ ସଚେତନତା କରାଯାଉଛି । ରାଜ୍ୟରେ ବିଭିନ୍ନ ସ୍ଥାନରୁ କରୋନା ଟୀକା ନେବାକୁ ଗ୍ରାମବାସୀ ଅମଙ୍ଗ ହେଉଥିବାର ଖବର ଶୁଣିବାକୁ ମିଳୁଥିବା ବେଳେ ଖୋଦ ଡାବୁଗାଁ ବିଧାୟକ ମୋନହର ରନ୍ଧାରୀଙ୍କ ପୈତୃକ ଗ୍ରାମରେ କରୋନା ଟୀକାକୁ ନେଇ ଲୋକ ମାନଙ୍କ ମଧ୍ୟରେ ଅନ୍ଧ ବିଶ୍ବାସ ଓ ଗୁଜବର ବାତାବରଣ ଦେଖବାକୁ ମିଳିଛି । ଗ୍ରାମର ଅନେକ ଲୋକେ ଗୁଜବ ର ବଶବର୍ତ୍ତୀ ହୋଇ ଟୀକା ନେବାକୁ ଅମଙ୍ଗ ହେଉଛନ୍ତି । କୋଭିଡ ଟୀକା ନେଲେ ଭୟଙ୍କର ପାର୍ଶ୍ଵପ୍ରତିକ୍ରିୟା ହେଉଥିବା ଗୁଜବ ଭିତରେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ର ବିଧାୟକ ମନୋହର ରନ୍ଧାରୀଙ୍କ ନବରଙ୍ଗପୁର ସଦର ବ୍ଲକ ବଡ଼ ମସିଗାଁ ପଞ୍ଚାୟତ ଅନ୍ତର୍ଗତ ପୈତୃକ ଗ୍ରାମ ଭାଟିଗାଁ ରେ କରୋନା ଟୀକା ନେବାକୁ ଅନେକ ଗ୍ରାମବାସୀ ରାଜି ହେଉନଥିବାର ନଜର ଆସିଛି ।
ଟୀକାକରଣ ବାଧାପ୍ରାପ୍ତ ହୋଇଛି । କରୋନା ଟୀକା ନେଲେ ପ୍ରବଳ ଜ୍ୱର , ଜ୍ଵର ହେଲେ କୋଭିଡ ମେଡିକାଲ କୁ ସ୍ଥାନାନ୍ତର , ଘର କାନ୍ଥ ରେ ଲାଗିବ ପୋଷ୍ଟର , କୋଭିଡ ମେଡିକାଲରେ ନେଇ କିଡନୀ , ଆଖୁ ବାହାର କରିଦେବେ ବୋଲି ଲୋକମାନଙ୍କ ମଧ୍ୟରେ କୋଭିଡ ଟୀକାକୁ ନେଇ କିଛି ଏଭଳି ଗୁଜବ ଜନିତ ଭୟ ଘାରିଛି । ଗ୍ରାମର ଅନେକ ବରିଷ୍ଠ ବ୍ୟକ୍ତି ଟୀକା ଗ୍ରହଣ କରିସାରିଥିବା ବେଳେ ଗୁଜବ ର ବଶବର୍ତ୍ତୀ ହୋଇ ଅନେକ ବ୍ୟକ୍ତି ବର୍ତ୍ତମାନ ସୁଦ୍ଧା ଟୀକା ଗ୍ରହଣ କରୁନାହାଁନ୍ତି । ଗ୍ରାମରେ ମୋଟ ଟୀକାକରଣ ସମୟରେ ଏଭଳି ଭୟଙ୍କର ଗୁଜବ କିଏ ଆରମ୍ଭ କରିଛି କେଉଁଠୁ ଆରମ୍ଭ ହୋଇଛି ତାହା କାହାକୁ ଜଣା ନ ଥିବା ବେଳେ କିନ୍ତୁ ଏଭଳି ଗୁଜବ ଗ୍ରାମର ଅନେକ ଲୋକଙ୍କ ମନରେ ଭୟ ଘାରିଛି ଯାହାଫଳରେ ଲୋକେ ଟୀକାକୁ ନେବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । ପ୍ରାୟ ୩୩୦୦ ଜନସଂଖ୍ୟା ବିଶିଷ୍ଟ ଗ୍ରାମରେ ୪୫ ବର୍ଷରୁ ଉଦ୍ଧ ପ୍ରାୟ ୯୦୦ ଲୋକ ଥିବା ବେଳେ ସେଥିମଧ୍ୟରୁ କେବଳ ୭୭ ଜଣ ଟୀକା ଗ୍ରହଣ କରିଥିବା ସୂଚନା ମିଳିଛି । କରୋନା ଟୀକା ଗ୍ରହଣ କରିବାକୁ ଗ୍ରାମର ୱାର୍ଡ ମେମ୍ବର , ଆଶାଦିଦି , ଅଙ୍ଗନୱାଡ଼ି କର୍ମୀ ଲୋକଙ୍କ ମନରୁ ଭୟ ଦୁର କରି ଟୀକା ନେବାକୁ ଅନୁରୋଧ କରିଥିବା ବେଳେ ଯଦି ଟୀକା ନେବା ପରେ କୌଣସି ସାଙ୍ଘାତିକ ପାର୍ଶ୍ୱ ପ୍ରତିକ୍ରିୟା ଘଟିଲେ ତାଙ୍କ ଘର ସମୁଖ ରେ ଟୀକା ନେଇ ଅସୁସ୍ଥ ବ୍ୟକ୍ତିଙ୍କୁ ଶୁଆଇ
ଦେବାର ଚେତାବନୀ ଦେବା ପରେ ଲୋକଙ୍କୁ ପ୍ରବର୍ତାଇବା ଛାଡ଼ିଦେଇଥିବା ୱାର୍ଡ ମେମ୍ବର ପ୍ରକାଶ କରିଛନ୍ତି । *ବର୍ତ୍ତମାନ ସୁଦ୍ଧା ଗ୍ରାମବାସୀ ଙ୍କୁ ଟୀକା ନେବା କୁ ପ୍ରବର୍ତାଇବା ପାଇଁ ସ୍ଥାନୀୟ ସମସ୍ତ ସରକାରୀ କଳ ସତ ଚେଷ୍ଟା କରି ଲୋକଙ୍କ ମନରୁ ଗୁଜବ କାଢ଼ିବା କୁ ଫେଲ ମାରିଥିବା ବେଳେ ନିଜ ପୈତୃକ ଗ୍ରାମରେ ହେଉଥିବା ଏଭଳି ଗୁଜବ ବଶବର୍ତ୍ତୀ ରୁ ଦୁରେଇ ରହି ଟୀକା ନେବା ପାଇଁ ଯୋଗ୍ୟ ବିବେଚିତ ସମସ୍ତ ବ୍ୟକ୍ତି ଆଗେଇ ଆସିବା ପାଇଁ ବିଧାୟକ ମନୋହର ରନ୍ଧାରୀ ଅନୁରୋଧ କରିବା ସହିତ ନିଜେ ଅଶାନ୍ତ ୨୫ ତାରିଖ ରେ ଯାଇ ଗ୍ରାମବାସୀଙ୍କ ମନରୁ ଅନ୍ଧ ବିଶ୍ବାସ ଦୂର କରିବା ସହ ଟୀକା ନେବାକୁ ସଚେତନ କରାଇବେ ବୋଲି ପ୍ରକାଶ କରିଛନ୍ତି ବିଧାୟକ।* କରୋନା ବିରୋଧ ଲଢେଇ ରେ କୋରନା ଟୀକା ହିଁ ଶେଷ ଅସ୍ତ୍ର ହୋଇଥିବା ବେଳେ ଗ୍ରାମରେ ଲୋକେ ଯଦି ଟୀକା କରଣ କୁ ବାରଣ କରିବେ ତେବେ କରୋନା ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସଫଳ ହୋଇପାରିବ ନାହିଁ | ତେଣୁ ଗ୍ରାମାଞ୍ଚଳରେ ଟୀକା କରଣକୁ ନେଇ ବ୍ୟାପକ ସଚେତନା କରିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧି ଜିବୀ ମହଲରେ ମତ ପ୍ରକାଶ ପାଇଛି।

Comments
Loading...