ଚୁରାହାଣ୍ଡି ଗ୍ରାମରେ ଠାକୁରାଣୀ ମନ୍ଦିର ରାସ୍ତା ପାଇଁ ଆସିଥିବା ପଇସାକୁ ମଧ୍ୟ ଠିକାଦାର ଏବଂ ସରକାରୀବାବୁ ଆତ୍ମସାତ କରିଥିବା ଅଭିଯୋଗ ଆଣିଲେ ଗ୍ରାମବାସୀ

ନବରଙ୍ଗପୁର:- ନବରଙ୍ଗପୁର ଜିଲ୍ଲା କୋଷାଗୁମଡା ବ୍ଲକ ରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା କାହା ସ୍ୱାର୍ଥରେ ଏହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଠିକାଦାର ଓ ସରକାରୀ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ କେବଳ କାଗଜପତ୍ର ରେ ସୀମିତ ରାସ୍ତା ନିର୍ମାଣକୁ ବିରୋଧ କରିଛନ୍ତି ଚୁରାହାଣ୍ଡି ଗ୍ରାମବାସୀ । ରାସ୍ତା ପାଇଁ ଫୋଲାକ ନିର୍ମାଣ ହୋଇଛି ସତ କିନ୍ତୁ ରାସ୍ତା ନିର୍ମାଣ ହୋଇନାହିଁ। ଏପରି ଏକ ଘଟଣା ଦେଖିବାକୁ ମିଳିଛି କୋଷାଗୁମଡା ବ୍ଳକ ଟେମରା ପଞ୍ଚାୟତ ଅନ୍ତର୍ଗତ ଚୁରାହାଣ୍ଡି ଗ୍ରାମରେ । ଚୁରାହାଣ୍ଡି ଗ୍ରାମ ବାସୀ ଙ୍କ କହିବା ଅନୁଯାୟୀ ଠାକୁରାଣୀ ମନ୍ଦିର କୁ ଯିବା ରାସ୍ତା ନିର୍ମାଣ ପାଇଁ ଅଟକଳ ମୂଲ୍ୟ ୫ଲକ୍ଷ ଟଙ୍କା ଅନୁମୋଦନ ହଇଥିଲା ସତ କିନ୍ତୁ ନିମ୍ନମାନର କାଲବେଟ୍ ନିର୍ମାଣ କରିବା ସହ ରାସ୍ତା ପାଇଁ ୨ଗାଡି ମାଟି ପକାଇଥିଲେ ।ଦୁଃଖର ବିଷୟ ଆଜି ପର୍ୟ୍ଯନ୍ତ ସମତୁଲ ମଧ୍ୟ କରି ନାହାଁନ୍ତି ଏହାକୁ । ସରକାରଙ୍କ ମନରେଗା ଯୋଜନାର କିଭଳି ଦୁରୂପଯୋଗ କରି ଠିକାଦାର ଓ ସରକାରୀ ଯନ୍ତ୍ରୀ ହେଉଛନ୍ତି ମାଲେମାଲ୍ ଏହାର ଜଳନ୍ତା ଉଦାହରଣ ହେଉଛି ଚୁରାହାଣ୍ଡି ଗ୍ରାମର ଠାକୁରାଣୀ ମନ୍ଦିର ପାଇଁ ଆସିଥିବା ରାସ୍ତା ଦୁର୍ନୀତି।ଏବିଷୟରେ ଅଧିକ ଜାଣିବା ପାଇଁ ବ୍ଲକ ଦାଇତ୍ୱରେ ଥିବା ଏଇ (AE) ଙ୍କୁ ଯୋଗାଯୋଗକରିବା ପାଇଁ ଚେଷ୍ଟା କରିଥିଲୁ କିନ୍ତୁ ଯୋଗାଯୋଗ ହଇ ପାରିଲାନି । କୋଷାଗୁମଡା ରେ ଏଭଳି ଅନେକ ଜାଗାରେ ଦୁର୍ନୀତି ହାଇଥିବା ଆଭାସ ମିଳୁଛି । ଉପଯୁକ୍ତ ତଦନ୍ତ ହେଲେ ସବୁ ଜଣା ପଡିବ ବୋଲି ବୁଦ୍ଧିଜୀବି ମହୋଲରେ ଆଲଚନା ହେଉଛି । ବ୍ଲକ ଓ ଗ୍ରାମ ମାନଙ୍କରେ ଲୋକଙ୍କ ହିତ ପାଇଁ ଆସୁଥିବା ଟଙ୍କା କୁ କିଭଳି ଆତ୍ମସାତ କରୁଛନ୍ତି ବ୍ଲକ ଦାଇତ୍ୱରେ ଥିବା ଏଇ ଏବଂ ଜେଇ ଏମାନଙ୍କ ଉପରେ ବିଜିଲାନ୍ସ ତଦନ୍ତ ହେବା କଥା ବୋଲି ସ୍ଥାନେ ସ୍ଥାନେ ଆଲଚନା ହେଉଛି । ଖାସ କରି କୋଷାଗୁମଡା ବ୍ଲକରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ଠିକାଦାର ଓ ସରକାରୀ ଯନ୍ତ୍ରୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।କାରଣ ଚୁରାହାଣ୍ଡି ଗ୍ରାମରେ ମନ୍ଦିର ରାସ୍ତା ପାଇଁ ଆସିଥିବା ପଇସାକୁ ମଧ୍ୟ ଠିକାଦାର ଏବଂ ସରକାରୀ ବାବୁମାନେ ଆତ୍ମସାତ କରି ଦେଇଛନ୍ତି ।ଯେଉଁମାନେ ମନ୍ଦିର ପାଇଁ ଆସିଥିବା ପଇସାକୁ ମଧ୍ୟ ଆତ୍ମସାତ କରୁଛନ୍ତି ତୋ ସେମାନେ କିଭଳି ଦାଇତ୍ୱ ତୁଲାଉଥିବେ ଏହା ଜଣା ପଡୁଛି । ସରକାର ଗ୍ରାମାଞ୍ଚଳ ର ବିକାଶ ପାଇଁ କଟିକଟି ଟଙ୍କା ଖର୍ଚ୍ଚ କଲେ କଣ ହେବ ଏଭଳି ସରକାରୀ ବାବୁମାନେ ଦାଇତ୍ୱ ରେ ଥିଲେ ।

Comments
Loading...