ନକଲି ଚାଷୀ ଙ୍କ ପ୍ରାଦୁର୍ଭାବ ଯୋଗୁଁ ପ୍ରକୃତ ଚାଷୀଙ୍କୁ ଅବହେଳା କୁ ନେଇ ଦାବିପତ୍ର

କୋଶଲ ନ୍ୟୁଜ୍ ବ୍ୟୁରୋ :  ଡାବୁଗାଁ , ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ରେ ନକଲି ଚାଷୀଙ୍କ ପ୍ରାଦ୍ରୁର୍ଭବ ଯୋଗୁଁ ପ୍ରକୃତ ଚାଷୀ ମଣ୍ଡିରେ ଧାନ ବିକ୍ରି କରିପାରୁନଥିବା ଡାବୁଗାଁ କୃଷକ ମହାସଂଘ ଅଭିଯୋଗ ଆଣି ବୁଧବାର ନବରଙ୍ଗପୁର ଜିଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଙ୍କ ଉଦେଶ୍ୟାରେ ଡାବୁଗାଁ ତହସିଲଦାର ସାନ୍ଧ୍ୟ ସମରଥ ଙ୍କ ଜରିଆରେ ପ୍ରଦାନ କରାଯାଇଛି । ମଣ୍ଡିରେ ଧାନ କିଣିବା ର ପରିମାଣ ସମାପ୍ତ ହୋଇଯାଇଥିବା ର କାରଣ ପ୍ରକୃତ ଚାଷୀଙ୍କୁ ପ୍ରାଧାନ୍ୟ ନ ଦେଇ ନକଲି ଚାଷୀ ପାଇଥିବା ଟକେନ କୁ ପ୍ରଧାନ୍ୟ ଦେଉଥିବା ଓ ନକଲି ଚାଷୀ ଏବଂ ପ୍ରଶାସନିକ ଅଧିକାରୀ ଙ୍କ ମଧ୍ୟରେ ସଲାସୁତୁରା ଚାଲିଥିବା ଏହି ଦାବିପତ୍ର ରେ ଉଲେଖ ରହିଛି ।

 ଏହି ବିଷୟରେ ବାରମ୍ବାର ପ୍ରଶାସନକୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଚାଷୀମାନେ କହିଥିଲେ । ତେଣୁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ଦେଖାଦେଇଥିଲା । ଆଗାମୀ ୭ ଦିନ ମଧ୍ୟରେ ଯଦି ପ୍ରକୃତ ଚାଷୀ ଙ୍କ ଧାନ କିଣା ନ ଯାଏ , ତେବେ ରାଜରାସ୍ତା ଅବରୋଧ କରାଯିବ ବୋଲି ଚାଷୀ ମହାସଂଘ ଏନେଇ ଡାବୁଗାଁ ଥାନା ଅଧିକାରୀ ଲିଖିତ ଭାବେ ଜଣାଇ ଛନ୍ତି ।ଏହି ଦାବିପତ୍ର ପ୍ରଦାନ ସନୟରେ କୃଷକ ମହାସଙ୍ଘ ସଭାପତି ସତ୍ୟରଞ୍ଜନ ପାତ୍ର , ଉପସଭାପତି ରାଜେନ୍ଦ୍ର କୁମାର ମିଶ୍ର , ଆଇନଜୀବୀ ଜୟନ୍ତ କୁମାର ପାତ୍ର, ଭାଷ୍କର ସୁନା, ସମ୍ପାଦକ ଦେବୀ ପ୍ରସାଦ ରଥ , ଦଶମୁ କଲାର, କିଶୋର କୁମାର ଜେନା ,ଆଶୁତୋଷ ଜେନା , ଯୁଧିଷ୍ଟିର ତନ୍ତୀ , ଯୋଗେଶ ବିଶୋଇ ଓ ୩୦ ରୁ ଉର୍ଦ୍ଧ୍ବ ଚାଷୀ ଉପସ୍ଥିତ ଥିଲେ ।
Comments
Loading...