ଡାବୁଗାଁ ଅଞ୍ଚଳରେ ଚିନ୍ତା ବଢ଼ାଉଛି କୋରନା ଟେଷ୍ଟ

ନବରଙ୍ଗପୁର ଜିଲ୍ଲା :-ଆଣ୍ଟିଜେନ୍ ଟେଷ୍ଟରେ ନେଗେଟିଭ୍ ଆସିଥିବା ବ୍ୟକ୍ତିଙ୍କର ଆର୍.ଟି-ପିସିଆର୍ ଟେଷ୍ଟ ହୁଏ ।ଆଣ୍ଟିଜେନ୍ ଟେଷ୍ଟ ସବୁଠି ହେଉଛି କିନ୍ତୁ ଆର୍.ଟି-ପିସିଆର୍ ଟେଷ୍ଟ କେବଳ ଡାବୁଗାଁ,ପାପଡାହାଣ୍ଡି ଏବଂ ନବରଙ୍ଗପୁରରେ ହେଉଛି । ତେଣୁ କୋଭିଡ ଲକ୍ଷଣ ଥିବା ଅଧିକାଂଶ ଲୋକ ବିଭିନ୍ନ ବ୍ଲକ ତଥା ଚାନ୍ଦାହାଣ୍ଡି,ଝରିଗାଁ, ଉମରକୋଟ, ରାଇଘର ଅଞ୍ଚଳରୁ ଟେଷ୍ଟ ପାଇଁ ଡାବୁଗାଁ ଆସୁଛନ୍ତି । ସେମାନେ ପ୍ରଥମେ ନିଜ ବ୍ଲକରେ ଅଣ୍ଟିଜେନ ଟେଷ୍ଟ କରିବା କଥା କିନ୍ତୁ ସିଧାସଳଖ ଡାବୁଗାଁ କିମ୍ବା ନବରଙ୍ଗପୁର ଟେଷ୍ଟ ପାଇଁ ଯାଉଛନ୍ତି ତେଣୁ ଡାବୁଗାଁ ଅଞ୍ଚଳର ଲୋକମାନେ ଆହୁରି ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡିବ ନଚେତ ଡାବୁଗାଁ ଅଞ୍ଚଳରେ ବି କଭିଡ ସଂକ୍ରମଣ ବହୁ ମାତ୍ରାରେ ବଡିବାର ସମ୍ଭାବନା ରହୁଛି ।


ଦେଶରେ କରୋନା ମହାମାରୀ ମାରାତ୍ମକ ହୋଇସାରିଛି। ପ୍ରତ୍ୟେକ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ଅଧିକ ରୁ ଅଧିକ ଚିହ୍ନଟ ହେଉଛନ୍ତି। ଏହାକୁ ନଜରରେ ରଖିି କେନ୍ଦ୍ର ସରକାର ନିୟମ କଡ଼ାକଡ଼ି କରିଛନ୍ତି। ରାପିଡ୍ ଆଣ୍ଟିଜେନ୍ ଟେଷ୍ଟରେ ନକାରାତ୍ମକ ଲକ୍ଷଣ ଥିବା ସମସ୍ତଙ୍କର ଆର୍.ଟି-ପିସିଆର୍ ପରୀକ୍ଷା କରାଯିବା ଦରକାର ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି। ଅନେକ ରାଜ୍ୟରେ ରାପିଡ ଆଣ୍ଟିଜେନ୍ ପରୀକ୍ଷା ପରେ କରୋନା ଲକ୍ଷଣ ଥିବା ରୋଗୀଙ୍କର ଆର୍.ଟି-ପିସିଆର୍ ଟେଷ୍ଟ ହେଉ ନାହିଁ। ତେଣୁ କେନ୍ଦ୍ର ସରକାର ଏହି ନିୟମ କରିଛନ୍ତି। ଏଥି ପାଇଁ କଭିଡ଼ ଲକ୍ଷଣ ଥିଲେ ଡାବୁଗାଁ ନଚେତ ନବରଙ୍ଗପୁର ଯାଇ ଟେଷ୍ଟ କରୁଛନ୍ତି ।ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ର ନିର୍ଦ୍ଦେଶାବଳୀ ଅନୁଯାୟୀ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟରେ ନକାରାତ୍ମକ ଲକ୍ଷଣ ପରେ ଆର୍.ଟି-ପିସିଆର ଟେଷ୍ଟ ହେବା ଆବଶ୍ୟକ।

Comments
Loading...