ଡାବୁଗାଁ ବନାଞ୍ଚଳ ବିଭାଗର ବ୍ୟାପକ ଦୁର୍ନୀତିର ପର୍ଦ୍ଦାଫାଶ

ନବରଙ୍ଗପୁର (କୋଶଲ ନ୍ୟୁଜ୍) ନବରଙ୍ଗପୁର ଜିଲ୍ଲାର ବନାଞ୍ଚଳ ବିଭାଗର ବ୍ୟାପକ ଦୁର୍ନୀତି ପର୍ଦ୍ଦାଫାଶ । ଏହି ଜିଲ୍ଲାରେ ରକ୍ଷକ ସାଜିଛନ୍ତି ଭକ୍ଷକ । ବନବିଭାଗର ସରକାରୀ ବାବୁମାନେ ଆଇନକୁ ହାତରେ ନେଇ ଠକୁଛନ୍ତି ନୀରିହ ଆଦିବାସୀ ଙ୍କୁ । କାର୍ଯ୍ୟ ନକରି ଆତ୍ମସାତ କଲେ ଲକ୍ଷ ଲକ୍ଷ ଟଙ୍କା । ବିଭାଗର ଅଧିକାରୀଙ୍କ ଜାଣତରେ ଘଟିଛି ଏହି ଘଟଣା । ଏହି ପ୍ରକାର ଆଇନ ବିରୋଧୀ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନ୍ୟାଞ୍ଚଳ ବିଭାଗର ଅନ୍ତର୍ଗତ ହାତିବେଡା ପଞ୍ଚାୟତ ର ବଡ଼ପାଞ୍ଜିଆରୀଗୁଡା ଗ୍ରାମରେ । ଏହି ଗ୍ରାମରେ ଗତ ୨୦୨୦-୨୧ ମସିହାରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ , ବନବିଭାଗ ଲକ୍ଷ ଲକ୍ଷ ଟଙ୍କା ର କାର୍ଯ୍ୟ ହାତକୁ ନେଇ କାର୍ଯ୍ୟ କରିଛନ୍ତି ହେଲେ ଏହି କାର୍ଯ୍ୟର ୫୦ ଶତାଂଶ କାର୍ଯ୍ୟ କରିଛି JCB ମେସିନ , ବାକି ୫୦ ଶତାଂଶ କାର୍ଯ୍ୟ କରିଛନ୍ତି ଉକ୍ତ ଗ୍ରାମର ନିରୀହ ଖଟିଖିଆ ଆଦିବାସୀ , ଦୀର୍ଘ ପ୍ରାଯ ୩୫ ଦିନ ଧରି ୨୫ ଜଣ ବ୍ୟକ୍ତି ଦିନ ରାତି ପରିଶ୍ରମ କରି ଥିଲେ । ସରକାରଙ୍କ ନିୟମ ଅନୁସାରେ ଏହି ଟଙ୍କା ୧୫ ଦିନ ମଧ୍ୟରେ ପାଇବା କଥା ହେଲେ ଆଜିକୁ ପ୍ରାୟ ସାତ ମାସ ହେଲା ଏହି ଗରିବ ଖଟିଖିଆ ବ୍ୟକ୍ତିମାନେ ପାଇଁ ନାହାନ୍ତି ନିଜର ପାରିଶ୍ରମିକ ଟଙ୍କା । ଫୋନ କଲେ ବାବୁ ମାନଙ୍କ ର ଫୋନ ସୁଉଚ ଅଫ । ଦେଖାହେଲେ ବାବୁମାନେ କୁହନ୍ତି ଆଜି ଦେବି , କାଲି ଦେବି । ହେଲେ ଗରିବର କଥା ବୁଝିବ କିଏ ? ନା ଅଛି ଏହି ଦିନ ମଜୁରିଆ ବ୍ୟକ୍ତି ମାନଙ୍କର ଭାଷା ନା ଅଛି ଶକ୍ତି ଓ ସାହସ । ଉପାୟ ଶୂନ୍ୟ ହୋଇ ଅଭାବ ଅନଟନ ମଧ୍ୟରେ ଘରେ ବସିଛନ୍ତି । ଅନ୍ୟ ପଟେ ୨୦୨୦-୨୧ ମସିହାରେ ଉକ୍ତ ଗ୍ରାମରେ ଏକ ପୋଖରୀ ଖନନ ପାଇଁ ନଅ ୯,୨୦,୦୦୦/ ଟଙ୍କା ମଞ୍ଜୁର ହୋଇଛି ହେଲେ କାର୍ଯ୍ୟ ପାଶ୍ୱର୍ରେ ନା ଅଛି ଫଳକ ନା ଅଛି ପୋଖରୀ ର ଚିହ୍ନ ବର୍ଣ୍ଣ । ଅନ୍ୟ ପଟେ କାର୍ଯ୍ୟ ନ ହୋଇ ୧,୦୬,୮୧୨ / ଟଙ୍କା ବ୍ୟାଙ୍କରୁ ଉଠାଇ ଖାଇ ଦେଲେ ସରକାରୀ ବାବୁ । ଯାହା କି ସରକାରୀ ରେକର୍ଡ ପ୍ରମାଣ କରୁଛି । ହେଲେ ପ୍ରଶ୍ନ କାର୍ଯ୍ୟ ନ କରି କି ପରି ଟଙ୍କା ଉଠିଲା ? କିଏ ଦେଇଛି ଏହି ସାହସ ? ଏତେ ଦିନ ଧରି କାହିଁକି ତଦନ୍ତ ହୋଇ ନାହିଁ ? ଏହି ଦୁର୍ନିତୀ କାର୍ଯ୍ୟ ରେ କିଏ କିଏ ସାମିଲ ଅଛନ୍ତି ? କେବେ ହେବ ଏହାର ତଦନ୍ତ ? ଜିଲ୍ଲା ପ୍ରଶାସନ ଏହା ସହିତ କେତେ ଦୂର ଜଡ଼ିତ ? ତଦନ୍ତ ପରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ତୋ ? ଏହି କାର୍ଯ୍ୟ ର work code no- ( 2430/WC/10438345 ) Sanction date – 29/09/2020 , ଏହି ରେକର୍ଡ ପ୍ରମାଣ କରୁଛି ଏହି କାର୍ଯ୍ୟରେ 92 ଜଣ ଶ୍ରମିକ ମିଶି ମୋଟ 516 ଦିନ କାର୍ଯ୍ୟ କରିଛନ୍ତି । ଏହି ଘଟଣା ଲୋକଲୋଚନକୁ ଆସିବା ପରେ ସପ୍ତାହ ତଳେ JCB ମେସିନ ଲଗାଇ ସାମାନ୍ୟ୍ ଚିହ୍ନ କରି ଛାଡ଼ି ଦେଲେ ।
*ଏହି ଘଟଣା ସମ୍ପର୍କରେ ଆମେ ପହଞ୍ଚି ଥିଲୁ ଡାବୁଗାଁ ବନ୍ୟାଞ୍ଚଳ ଅଧିକାରୀ ସେତୁ ରଞ୍ଜଣୀ ଗମାଙ୍ଗ ଙ୍କ ପାଖରେ । ମହାଶୟା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଦେଖିବା ମାତ୍ର ବିରକ୍ତ ହେବା ସହିତ CCTV କେମେରା ର ଭୟ ଦେଖାଇବା ସହିତ କେମେରା ଆଗରେ କିଛି କହିବେ ନାହିଁ ବୋଲି ପ୍ରକାଶ କରିଛନ୍ତି ।

Comments
Loading...