ଡାବୁଗାଁ ବ୍ଲକରେ କାମରେ ଲାଗୁନି ରୋଗୀ କଲ୍ୟାଣ ସମିତି(RKS) ରେ ଖର୍ଚ୍ଚ ହେଉଥିବା ସରକାରୀ ଟଙ୍କା

କୋଶଲ ନ୍ୟୁଜ୍ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା (ଡାବୁଗାଁ):- ଡାବୁଗାଁ ବ୍ଲକରେ କାମରେ ଲାଗୁନି ରୋଗୀ କଲ୍ୟାଣ ସମିତି(RKS) ରେ ଖର୍ଚ୍ଚ ହେଉଥିବା ସରକାରୀ ଟଙ୍କା ।ଏହାର ଜଳନ୍ତା ଉଦାହରଣ ହେଉଛି । ଅପରିଷ୍କାର ନାନା ଅବର୍ଜନାରେ ଭରପୁର ହଇ ପଡିରହିଥିବା ପଷ୍ଟମଡ଼ମ ଗୃହ ।ଏହାର ଉନତି କାରଣ ପାଇଁ ଆସିଥିବା ଟଙ୍କା ଗଲା କୁଆଡ଼େ ଏହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।(RKS)ରୋଗୀ କଲ୍ୟାଣ ସମିତି ଏହା ଏକ ସାମୂହିକ ଯୋଜନା ଚିକିତ୍ସାଳୟ ଗୁଡିକର ପରିଷ୍କାର ପରିଛନ୍ନତାକୁ ସୁନିଶ୍ଚିତ କରିବା ।

ସ୍ୱାସ୍ଥ୍ୟ ସଂସ୍ଥାଗୁଡିକର ଉନ୍ନତିକରଣ ଏବଂ ଆଧୁନିକୀକରଣ, ଚିକିତ୍ସାଳୟ ରେ ସ୍ୱାସ୍ଥ୍ୟ ସୁବିଧା ମହଜୁଦ ରଖିବା, ବିଭିନ୍ନ ଆବଶ୍ୟକୀୟ ଯନ୍ତ୍ରପାତି କିଣିବା ଏବଂ ସ୍ୱାସ୍ଥ୍ୟ ସୁବିଧାର ତଦାରଖ କରିବା ସହ ଅଧିକାରୀ ମାନଙ୍କର ଉତ୍ତର ଦାୟିତ୍ତ୍ଵକୁ ସୁନିଶ୍ଚିତ କରିବା ।ଚିକିତ୍ସାଳୟର ଆବଶ୍ୟକୀୟ ଖର୍ଚ୍ଚ ଉଠାଇବା କିନ୍ତୁ ଡାବୁଗାଁ ବ୍ଲକ ରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରର ଅବସ୍ଥା କିଛି ଭିନ୍ନ ।ସରକାରୀ ବାବୁ ମାନଙ୍କ ସଲାସୁତରରେ ଏବଂ ଖାଲି କାଗଜ ପତ୍ରରେ ସରକାରଙ୍କ ଟଙ୍କା ଆତ୍ମସାତ ହେଉଛି ।

ରିପୋର୍ଟ – ମିହିର ଶଙ୍କର ପାତ୍ର

ଜିଲ୍ଲା ସମ୍ବାଦଦାତା ( ନବରଙ୍ଗପୁର )

Comments
Loading...