୨୦ ଦିନ ପରେ ଯୁବକର ଗଳିତ ଶବ ଉଦ୍ଧାର ହୋଇଛି – ଘୁମରେଶ୍ୱର୍ ପାହାଡ଼ରେ ମିଳିଛି

ନବରଙ୍ଗପୁର:- ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଝରିଗୁମା ପଞ୍ଚାୟତ ଅନ୍ତର୍ଗତ ଘୁମୁରେଶ୍ୱର ଶୈବପୀଠ ନିକଟ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ନିଖୋଜର ୨୦ ଦିନ ପରେ ଆଜି ଯୁବକ ର ଗଳିତ ଶବକୁ ଉଦ୍ଧାର କରିଛି ପୁଲିସ।ଘୁମରେଶ୍ୱର ଶୈବପୀଠ ମନ୍ଧିର ପରିସରରେ ଥିବା ଏକ ପାହାଡ଼ ତଳୁ ଯୁବକ ର ଗଳିତ ଶବ କୁ ଉଦ୍ଧାର କରିଛି ପୁଲିସ।ଏପଟେ ପରିବାର ଲୋକେ ଯୁବକ କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି।ଯୁବକ ଜଣକ ହେଲେ ନବରଙ୍ଗପୁର ଥାନା ଅଧୀନରେ ଥିବା ବୁଟିପଦର ଗ୍ରାମର ଜଗନ୍ନାଥ ଦିଶାରୀ ବୋଲି ଜଣାପଡ଼ିଛି।ଗତ ମାର୍ଚ୍ଚ ୩୧ ତାରିଖ ଦିନରୁ ଜଗନ୍ନାଥ ନିଖୋଜ ଥିଲେ ଆଉ ଏହାକୁ ନେଇ ତାଙ୍କ ପରିବାର ଲୋକେ ମଧ୍ୟ ନବରଙ୍ଗପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।କିଛି ଦିନ ତଳେ ଘୁମରେଶ୍ୱର ଶୈବପୀଠ ମନ୍ଦିର ନିକଟରେ ଏକ ମୋଟର ସାଇକେଲ ପାଖାପାଖି ୧୫ ଦିନ ହେବ ପୋଡ଼ି ରହିଥିଲା।ଏହା ଦେଖି ମନ୍ଦିର କମିଟି ତେନ୍ତୁଳିଖୁଣ୍ଟି ଥାନା ପୋଲିସ କୁ ଖବର ଦେବାରୁ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ବାଇକ କୁ ଜବତ କରି ନେଇଥିଲେ।ଏହା ପରିବାର ଲୋକେ ଜାଣିବା ପରେ ସେହି ସ୍ଥାନରେ ପହଞ୍ଚି ବହୁ ଖୋଜାଖୋଜି କରିବାରୁ ତାଙ୍କ ପୁଅର ମୃତ ଦେହ ପାହାଡ଼ ତଳେ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ।ଘଟଣାକୁ ନେଇ ଗ୍ରାମବାସୀ ପୁଲିସକୁ ଜଣାଇବା ପରେ ଆଜି ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ସହ ପାପଡ଼ାହାଣ୍ଡି ଏସଡିପିଓ ଆଦିତ୍ୟ ସେନ,ତେନ୍ତୁଳିଖୁଣ୍ଟି ଥାନାଧିକାରୀ ପ୍ରମଦ କୁମାର ନାୟକ,ପର୍ଶୁରାମ ସାହୁ ପ୍ରମୁଖ ପହଞ୍ଚି ଏକ ଟାଙ୍ଗିଆ ଜବତ କରିବା ସହ ଶବ ଉଦ୍ଧାର କରି ଏବଂ କେସ ନମ୍ବର UD ୬/୨୧ କରି ଏକ ଅପମୃତୁ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛନ୍ତି।ଯୁବକଙ୍କ ଶବ ଏମିତି ପାହାଡ଼ ଜଙ୍ଗଲ ଜାଗାରେ ପଡ଼ି ରହିଛି ସେଠାରେ ଲୋକେ ଯିବା ବହୁ କଷ୍ଟକର ପୋଲିସ ଟିମ ମଧ୍ୟ ବହୁ କଷ୍ଟରେ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଯଦି ଆତ୍ମହତ୍ୟା କରିବାରଥିଲା ତେବେ ଏତେ ପାହାଡ଼ ତଳେ କେମିତି ଆସିଲା ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ଏକ ହତ୍ୟା ନା ଆତ୍ମହତ୍ୟା ତାହା ଅସ୍ପଷ୍ଟ ଥିବାବେଳେ ଶବ ବ୍ୟବଚ୍ଛେଦ ପରେ ଘଟଣା ପ୍ରକୃତ ସତ୍ୟତା ଜଣାପଡ଼ିବ ବୋଲି ଏସଡିପିଓ ଆଦିତ୍ୟ ସେନ କହିଛନ୍ତି।

Comments
Loading...