କଙ୍ଗରା ଗ୍ରାମ ରେ ପାନିୟ ଜଳ ର ସଙ୍କଟ ତଥାପି ପ୍ରଶାସନ ନିରବ

ନବରଙ୍ଗପୁର :-ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଙ୍ଗରା ଗ୍ରାମ ପଞ୍ଚାୟତ କଙ୍ଗରା ଗ୍ରାମ ରେ ପାନିୟ ଜଳ ର ସଙ୍କଟ ଅନେକ ଅଭିଯୋଗ ପରେ ବି ନିରବ ପ୍ରଶାସନ। ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନିମନ୍ତେ ସରକାରଙ୍ ବିକାଶ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଥିବା ସମୟରେ ସରକାରଙ୍କ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକ୍ଷମ ଠିକ ଭାବରେ ହୋଇ ପାରୁ ନାହିଁ।ଏହା ପରିଚାଳନା ର ଅଭାବ ନ। ସରକାରୀ ବାବୁ ମାନଙ୍କର ଖାମଖିଆଲି ମନୋଭାବ।30 ହଜାର ଲିଟର ବିଶିଷ୍ଟ ପାଣି ଟାଙ୍କି ରହିକି ଗ୍ରାମ ବାସି ଙ୍କୁ ପାନୀୟଜଳ ଅଭାବ ଦେଖାଦେଇଥିବାରୁ lଗ୍ରାମ ବାସି ଅନେକ ଥର ଅଭିଯୋଗ କରିଛନ୍ତି। ଗ୍ରାମ ର ଅନେକ ନଳକୂପ ଅଚଳ ହୋଇପଡିଛି। ଗ୍ରାମ ପଞ୍ଚାୟତ ଏଥି ପ୍ରତି ଅଛି ଦୃଷ୍ଟି ଦେଉ ନାହାଁନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ଏହି ଗ୍ରାମ ରେ ପ୍ରାୟ 10000 ରୁ ତଦୁର୍ଦ୍ଧ୍ବ ଲୋକ ବସବାସ କରନ୍ତି।ବାରମ୍ବାର ସରପଞ୍ଚ ,ପିଇଅ ପାନୀୟଜଳ ବିଭାଗର ଜେଇଙ୍କୁ ଜଣାଇବା ପରେ ମଧ୍ୟ କିଛି ଫଳାଫଳ ମିଳିନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଆଗକୁ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଛି ଏଥି ନିମନ୍ତେ ଅନେକ ସମସ୍ୟା ଦେଖାଯିବ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଆଗକୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି।

Comments
Loading...