ପାରିବାରିକ କହଳରୁ କରୁଣା ପରିସ୍ଥିତି , ସ୍ୱାମୀ ଦ୍ୱାରା ହତ୍ୟା ହେଲା ସ୍ତ୍ରୀ

ନବରଙ୍ଗପୁର (କୋଶଲ ନ୍ୟୁଜ୍) ପାରିବାରିକ କଳହ ର କରୁଣ ପରିଣତି ସ୍ୱାମୀ ନେଲା ସ୍ତ୍ରୀ ର ଜୀବନ । ନବରଙ୍ଗପୁର ଜିଲ୍ଲା ରୁ ଆସିଛି ଏଭଳି ଏକ ଅଭାବନୀୟ ଘଟଣା ର ଅଭିଯୋଗ । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ଉମରଗାଁ ରେ ସ୍ୱାମୀ ବନମାଳୀ ଭତରା ତା ସ୍ତ୍ରୀ ବୁଦମତି ଭତରା (୩୫) କୁ ଏକ କାଠ ଫଳିଆ ରେ ହତ୍ୟା କରିଥିବାର ଅଭିଯୋଗ ଆସିଛି । କୌଣସି ଏକ ପାରିବାରିକ ଘଟଣା କୁ ନେଇ ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ଉଗ୍ର ରୂପ ଧାରଣ କରି ଉଭୟ ଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା ପରବର୍ତ୍ତୀ ମୁହୂର୍ତ୍ତରେ ସ୍ୱାମୀ ତା ସ୍ତ୍ରୀ କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୂର୍ବରୁ ମଧ୍ୟ ଅନେକ ସମୟରେ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ କଳହ ଲାଗି ରହୁଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ । ଘଟଣା ସମ୍ବନ୍ଧରେ ଅଭିଯୋଗ ପାଇ କୋଷାଗୁମୁଡା ପୋଲିସ ଘଟଣା ସ୍ଥଳରେ ପହଁଚି ଶବ କୁ ଜବତ କରିବା ସହ ଅଭିଯୋଗ ଆଧାରରେ ଅଭିଯୁକ୍ତ ସ୍ୱାମୀ କୁ ଗିରଫ କରି ତଦନ୍ତ ଚଲାଇଛି ।

Comments
Loading...