ପୂର୍ବତନ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଙ୍କ ଗାଡି ଝରୀଗାଁ ଠାରେ ଦୁର୍ଘଟଣା ଗ୍ରସ୍ତ । ଜଣେ ମୃତ ଜଣେ ଗୁରୁତର

ପ୍ରାପ୍ୟସୂଚନାନୁଯାୟୀ ଚଣ୍ଡାହାଣ୍ଡି ପଟୁ ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଙ୍କ ଇନଭା ଗାଡି ଓଡ଼ି ୩୩ଏ ୨୬୦୧ ଝରିଗାଁ ଅଭିମୁଖେ ଆସୁଥିଲା।ସେହିପରି ଚଣ୍ଡାହାଣ୍ଡି ବ୍ଲକ ଡାହିମାଲ ନିକଟସ୍ଥ ବଡ଼ମୁଣ୍ଡି ଗ୍ରାମର ଦୁଇ ଭାଇ ଚକ୍ର ସାନ୍ତା (୨୭)ଏବଂ ରବି ସାନ୍ତା (୨୫ )ଓଡ଼ି ୨୪ ବି୬୨୭୯ ବାଇକ ରେ ନିଜ ଘରକୁ ଯାଉଥିଲେ।ତେବେ ଝରିଗାଁ ସ୍ଥିତ ମନୋରଂଜନ ଉଦ୍ୟାନ ପାଖରେ ଇନଭା ଗାଡି ସହ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା।ଫଳରେ ଘଟଣା ସ୍ଥଳରେ ଚକ୍ର ସାନ୍ତା ର ମୃତ୍ୟୁ ହୋଇଯାଇଥିବା ବେଳେ ରବି ସନ୍ତା ଗୁରୁତର ହୋଇପଡିଥିଲେ।ଘରଣା ନେଇ ଝରିଗାଁ ଅଗ୍ନି ଶମ ବିଭାଗ କର୍ମଚାରୀ ମାନେ ଉଭୟଙ୍କୁ ଉଦ୍ଧାର କରି ଝରିଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ।ସେଠାରେ ଚକ୍ର ସନ୍ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।ଏବଂ ରବି ସନ୍ତର ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା।

ସେହିପରି ଅନ୍ୟ ଏକ ଦୁର୍ଘଟଣାରେ ବଡ଼ଟେମରା ପଂଚାୟତ ବଡ଼ତେମେରା ଗ୍ରାମର ଦୁଇ ଭାଇ ଶରତ ପାଇକ (୨୪),ପୁସ୍ତମ ପାଇକ ୨୨ ଏବଂ ଦାଦା ରୁଦ୍ର ପାଇକ ୫୮ଏକ ବାଇକ ଯୋଗେ ମେଦନା ଗ୍ରାମକୁ ଯାଇଥିଲେ।କାମ ସାରି ଫେରିବା ବେଳେ କୁହୁରାକୋଟ ଗ୍ରାମ ନିକଟରେ ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା।ଫଳରେ ତିନି ଜଣ ଗୁରୁତର ହୋଇ ଘଟଣା ସ୍ଥଳ ରେ ପଡିରହିଥିଲେ।ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ପୁସ୍ତମ ପାଇକଙ୍କ ବାମ ଗୋଡ଼ ଭାଙ୍ଗି ଯାଇଥିବାରୁ ତୁରନ୍ତ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା।

Comments
Loading...