ଚାରି ଜଣ ଗିରଫ ୪୧୧ ବସ୍ତା ମକା ଉଦ୍ଧାର

ନବରଙ୍ଗପୁର ଜିଲ୍ଲା :-ଡାବୁଗାଁ ଥାନା ଅଧିନସ୍ଥ ଜଟାବାଲରୁ ହାଇଜାକ୍ ହୋଇଥିବା ମକା ବୋଝେଇ ଟ୍ରକ୍ କୋରାପୁଟ ଜିଲ୍ଲା କୁନ୍ଦୁରାରୁ ଉଦ୍ଧାର ହୋଇଛି । ଏଥିସହ ଚୋରି ହୋଇଥିବା ସମସ୍ତ ମକାକୁ ଜବତ କରିବା ସହ ମାଷ୍ଟର ମାଇଣ୍ଡ ସମେତ ୪ଜଣ ଦୁର୍ବୃତ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି ନବରଙ୍ଗପୁର ପୁଲିସ ଗିରଫ ୪ଜଣ ହେଲେ ମାଷ୍ଟର ମାଇଣ୍ଡ କୁହାଯାଉଥିବା କୁନ୍ଦୁରା ଗ୍ରାମର ନିଳୟ ରଂଜନ ମଣ୍ଡଳ , ପ୍ରମୋଦ ଜାଲି , ନବରଙ୍ଗପୁରର ଭୂବନ ଗରିଡ଼ା ଓ ଉମୁରିର ବୁଟି ହରିଜନା । ଏନେଇ ତାବୁଗାଁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ସ ଜାରି ରଖିଛି । ପୁଲିସ ସୂଚନା ଅନୁଯାୟୀ , ଗତ ୧୪ ତାରିଖ ଦିନ ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରୁ ଜଣେ ବ୍ୟବସାୟୀ ୪୧ ୧ବସ୍ତା ମକା କିଣି ଏକ ଟ୍ରକ୍ ( ଓତି ୦୬ଏ – ୨୨୩୦ ) ରେ ଖୋର୍ଦ୍ଧା ଅଭିମୁଖେ ନେବା ପାଇଁ ବାହାରିଥିଲେ । ଉକ୍ତ ଗାଡ଼ିର ଡ୍ରାଇଭର ଥିଲେ ବୌଦ୍ଧ ଜିଲ୍ଲା ଗଣ୍ଡା ଗ୍ରାମର ପ୍ରଶାନ୍ତ ବାଘ । ସଂଧ୍ୟା ସମୟରେ ରାଇଘରରୁ ଉକ୍ତ ମକା ବୋଝେଇ ଟ୍ରକ୍ ବାହାରିଥିବା ବେଳେ ଗାଡ଼ିରେ କେବଳ ଡ୍ରାଇଭର ହିଁ ଥିଲେ ।

ଏହାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ଏକ ବୋଲେରୋରେ ଉକ୍ତ ଟ୍ରକକୁ ପିଛା କରିଥିଲେତାବୁଗାଁ ଥାନା ଅନ୍ତର୍ଗତ କଟାବାଲ ନିକଟସ୍ଥ ଏକ ନିର୍ଜନ ସ୍ଥାନ ଦେଖି ଦୁର୍ବୃତ୍ତ ମାନେ ଟ୍ରକକୁ ଅଟକାଇ ଡ୍ରାଇଭର ଏବଂ ଟ୍ରକକୁ ହାଇଜାକ୍ କରିଥିଲେ ପରେ ଦୁର୍ବୃତ୍ତ ମାନେ ଉକ୍ତ ଟ୍ରକକୁ ନେଇ ପାପଡ଼ାହାଣ୍ଡି , କୋଡ଼ିଙ୍ଗା , କୋଷାଗୁମୁଡ଼ା , ରାଜୋଡ଼ା , କୋଟପାତ ଓ କୁସୁମି ଦେଇ କୁନ୍ଦୁରା ଗ୍ରାମରେ ପହଞ୍ଚିଥିଲେ କୁନ୍ଦୁରାରେ ନିଳୟ ରଂଜନ ମଣ୍ଡଳଙ୍କ ଗୋଦାମରେ ସମସ୍ତ ମକା ଓଲ୍ଲାଇ ଟ୍ରକ୍ ଏବଂ ଡ୍ରାଇଭରକୁ ଉକ୍ତ ରାତିରେ ହଁ କୋଟପାଡ଼ ଥାନା ଅନ୍ତର୍ଗତ ଫୁଫୁଗାଁ ନିକଟରେ ଛାଡ଼ି ଚାଲିଯାଇଥିଲେ । ଡ଼ାଇଭର ପ୍ରଶାନ୍ତ ଏନେଇ ଡାବୁଗାଁ ଥାନାରେ ପହଞ୍ଚି ଏତଲା ଦେଇଥିଲେ । ତେବେ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମୀନା ଏହି ମାମଲାକୁ ଗୁରୁତର ସହ ଗ୍ରହଣ କରି ପାପଡ଼ାହାଣ୍ଡି ଏସଡିପିଓ ଆଦିତ୍ୟ ସେନ , ନବରଙ୍ଗପୁର ଆନା ଅଧିକାରୀ ତାରିକ ଅହମ୍ମଦ , ଡ଼ାବୁଗାଁ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ବେହୁରିଆ ଓ କୋଷାଗୁମୁଡ଼ା ଥାନା ଅଧିକାରୀ ନଟବର ନନ୍ଦଙ୍କୁ ନେଇ ୪ଟି ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ । ଗାଡ଼ିର ଗତିବିଧିକୁ ଧରିବା ପାଇଁ ସମସ୍ତ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଯାଞ୍ଚ କରିବା ପରେ କୋଟପାଡ଼ ପୁଲିସ ସହାୟତାରେ କୁନ୍ଦୁରାରେ ପହଞ୍ଚିବାରେ ସକ୍ଷମ ହୋଇଥିଲେ । ପୁଲିସ ପକ୍ଷରୁ ମାଷ୍ଟର ମାଇଣ୍ଡ କୁହାଯାଉଥିବା କୁନ୍ଦୁରା ଗ୍ରାମର ନିଳୟ ରଂଜନ ମଣ୍ଡଳ , ପ୍ରମୋଦ ଜାଲି , ନବରଙ୍ଗପୁରର ଭୂବନ ଗରିଡ଼ା ଓ ଉମୁରିର ବୁଟି ହରିଜନଙ୍କୁ କାବୁ କରି ତଦନ୍ତ ଜାରି ରଖିଥିଲେ । ପରେ ସମସ୍ତ ମକା ନିଳୟ ରଂଜନ ମଣ୍ଡଳ ନିଜ ଗୋଦାମରେ ମହଜୁଦ କରି ରଖିଥିବା ପୁଲିସ ନିକଟରେ ସ୍ୱୀକାର କରିଥିଲା । ତେବେ ୨୧୦ ବସ୍ତା ମକାକୁ ପ୍ରମୋଦ ଜାଲିକୁ ବିକ୍ରି କରିଦେଇଥିଲା ବେଳେ ବଳକା ୨୦୧ ବସ୍ତା ବୈପାରିଗୁଡ଼ାରେ ଜଣେ ବ୍ୟବସାୟୀଙ୍କୁ ବିକ୍ରି କରି ଦେଇଥିବା ପୁଲିସ ନିକଟରେ ପ୍ରକାଶ କରିଥିଲା । ପୁଲିସ ସମସ୍ତ ମକାକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା । ମକାର ଦାମ ୪ଲକ୍ଷରୁ ଉର୍ଦ୍ଧ ହେବ ବୋଲି ଜଣାପଡ଼ିଛି । ଏ ନେଇ ଡାବୁଗାଁ ଥାନାରେ କେସ୍ ନଂ – ୪୮ | ୨୧ ରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି । ଏହି ଘଟଣାରେ ଆହୁରି ୪ ଜଣ ସଥୀ ଥିବା ସନ୍ଦେହ କରି ତଦନ୍ତ ଜାରି ରହିଥିବା ପୁଲିସ କହିଛନ୍ତି।

Comments
Loading...