ମେଦନାରେ ଗୀତା ଜୟନ୍ତି ପାଳିତ

ନବରଙ୍ଗପୁର :-ପବିତ୍ର ଗୀତା ଜୟନ୍ତି ଅବସରରେ ଆଜି ଡାବୁଗାଁ ବ୍ଲକ ଅନ୍ତର୍ଗତ ମେଦନା ଗ୍ରାମ ରେ ଗୀତା ଜୟନ୍ତି ପାଳନ କରା ଯାଇଛି। ଏହି ଅବସରରେ ବିଶିଷ୍ଟ ସମାଜସେବୀ ବାବୁଲାଲ ହରିଜନ ଏକ କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ହିନ୍ଦୁ ମହାସଂଘ ମାର୍ଗଦର୍ଶକ ମଣ୍ଡଳୀ ଅଧ୍ୟକ୍ଷ ସୌଭାଗ୍ୟ ବାବା, ମୁଖ୍ୟ ବକ୍ତା ଭାବେ ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର ଏବଂ ଅତିଥି ଭାବେ ବ୍ରାହ୍ମଣ ସମାଜ ସଭାପତି ଶିବପ୍ରସାଦ ମିଶ୍ର ଯୋଗଦାନ କରିଥିଲେ। ବିଶିଷ୍ଟ ସାମ୍ବାଦିକ ମିହିର ଶଙ୍କର ପାତ୍ର, ଗଗନ ଗନ୍ତାୟତ, ଡାକୃସି କଲାର, ଯୁବ ହିନ୍ଦୁ ମହାସଂଘ ଅବିଭକ୍ତ କୋରାପୁଟ ଜିଲ୍ଲା ସଭାପତି ଥବିର ପନକା, ଝରିଗାଁ ବ୍ଲକ ସଭାପତି ଗୁଡୁ ସାହୁ, ଗୋବିନ୍ଦ ମାଝୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଭଗବାନ ଶ୍ରୀକୃଷ୍ଣ ଙ୍କ ଜୀବନୀ ଏବଂ ଗୀତା ଜ୍ଞାନ ଉପରେ ଆଲୋଚନା କରା ଯାଇଥିଲା। ଏହି ଅବସରରେ ଛୋଟ ଛୋଟ ଶିଶୁ ସମେତ ସମସ୍ତ ଉପସ୍ଥିତ ବ୍ୟକ୍ତି ମାନଙ୍କୁ ଭଗବତ୍ ଗୀତା ଦାନ କରାଯାଇଥିଲା।ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments
Loading...