ନିର୍ବାଚନ କାମରେ ଆସି ଦୁର୍ଘଟଣାରେ ଚାଲିଗଲା ଜୀବନ

ନବରଙ୍ଗପୁର :-ନିର୍ବାଚନ କାମରେ ଆସି ଦୁର୍ଘଟଣାରେ ଚାଲିଗଲା ଜୀବନ । ଏଭଳି ଅଭାବନୀୟ ଓ ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟରେ।ନିର୍ବାଚନ ପାଇଁ ପୋଲିଂ ପାର୍ଟି ସହ ଉମରକୋଟ ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ବୁଥ ନଂ ୧୯୬କୁ ନିର୍ବାଚନ ପାଇଁ ଆସିଥିଲେ । ମୃତ ପୋଲିଂ ଅଧିକାରୀ ଜଣକ ହେଲେ ଅଲେଖ ରନ୍ଧାରି।ମୃତ ଅଲେଖ ରନ୍ଧାରି ବସରୁ ଓହ୍ଲାଇ ବୁଥକୁ ଯିବା ସମୟରେ ପଛପଟୁ ବାଇକ୍ ଧକା ଦେଇଛି ।ଫଳରେ ସେ ଗୁରୁତର ହୋଇ ପଡ଼ିଥିଲେ । ଅଲେଖଙ୍କୁ ସଙ୍ଗେ ସଙ୍ଗେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ଅଲେଖଙ୍କ ଘର ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ କକୁଡ଼ି ସେମଳା ଗ୍ରାମରେ ବୋଲି ଜଣାପଡ଼ିଛି । ସେ ସେହି ଗାଁର ବିଦ୍ୟାଳୟରେ ପିଅନ ଭାବରେ କାମ କରୁଥିଲେ । ଆଜି ସେ ସରକାରୀ ଉନ୍ନତ ଉଚ୍ଚ ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ଉମରକୋଟକୁ ନିର୍ବାଚନ କାମରେ ଆସିଥିଲେ ।ଆସିବା ସମୟରେ ଦୁର୍ଘଟଣା ରେ ତାଙ୍କ ଜୀବନ ଚାଲିଗଲା। ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments
Loading...