ହିନ୍ଦୁ ନବବର୍ଷ ପୂର୍ବରୁ ଅବିଭକ୍ତ କୋରାପୁଟ ଜିଲ୍ଲା ହେଉଛି ଗୈରୀକମୟ

ନବରଙ୍ଗପୁର ତଥା ଅବିଭକ୍ତ କୋରାପୁଟ ଜିଲ୍ଲା ରେ ହିନ୍ଦୁ ମହାସଂଘ, ଅଖିଳ ଭାରତୀୟ କେଶରୀଆ ହିନ୍ଦୁ ପରିଷଦ, ସଂଘ ପରିବାର ର ବିଭିନ୍ନ ସଂଗଠନ ତରଫରୁ ଚୈତ୍ର ଶୁକ୍ଳ ପ୍ରତିପଦା ହିନ୍ଦୁ ନବବର୍ଷ ଉପଲକ୍ଷେ ବିଭିନ୍ନ ଗାଁ, ସହର ଏବଂ କାର୍ଯ୍ୟକର୍ତ୍ତା ମାନଙ୍କ ଘରେ ଘରେ ଗୈରୀକ ଧ୍ବଜା ବନ୍ଧା ଯାଉଛି। କରନା କଟକଣା ହେତୁ ଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ଆଡ଼ମ୍ବର ରେ ନବବର୍ଷ ପାଳିତ ନ ହେଲେ ମଧ୍ୟ ବିଶେଷ କରି କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ପ୍ରାୟ ଧ୍ବଜା ବନ୍ଧା ଏବଂ ବେନର ଦେଖିବାକୁ ମିଳୁଛି। ଅଳ୍ପ ଦିନ ମଧ୍ୟରେ ଗାଁ ଗାଁ ରେ ପହଞ୍ଚି ପାରିଥିବା ହିନ୍ଦୁ ମହାସଂଘ ପକ୍ଷରୁ ବିଭିନ୍ନ ଅଞ୍ଚଳ ରେ ଛୋଟ ଛୋଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସମ୍ଭାବନା ଅଛି।

Comments
Loading...