ପାନିୟ ଜଳ ଶଙ୍କଟରୁ ମୁକ୍ତି ମିଳିବାର ଆଶା ଗ୍ରାମବାସୀଙ୍କ ମାନରେ ଖୁସିର ଲହରୀ

ନବରଙ୍ଗପୁର :-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ନନ୍ଦପୁରା ଗ୍ରାମ ପଞ୍ଚାୟତରେ ପାନିୟ ଜଳ ର ସଙ୍କଟ ଅନେକ ଅଭିଯୋଗ ପରେ ବି ହଇ ପାରୁନଥିଲା। ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନିମନ୍ତେ ସରକାରଙ୍ ବିକାଶ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଥିବା ସମୟରେ ସରକାରଙ୍କ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକ୍ଷମ ଠିକ ଭାବରେ ହୋଇ ପାରୁ ନଥିଲା।ଏହା ପରିଚାଳନା ର ଅଭାବ ନ। ସରକାରୀ ବାବୁ ମାନଙ୍କର ଖାମଖିଆଲି ମନୋଭାବ ଥିଲା ଯାହାବି ହେଉ ବହୁ ବର୍ଷ ପରେ ଗୋଟିଏ ଆଶାର କିରଣ ଦେଖିବାକୁ ମିଳିଛି ଗ୍ରାମରେ ବରବେଳ ଖଳା ଅରମ୍ବ ହଇଛି ।ଏବେ ଦେଖୁବକୁ ବାକି ରହିଲା କେତେଦିନ ଭିତରେ ପାଣିର ସମସ୍ୟା ସମାଧାନ ହେବ ନନ୍ଦପୁରା ଗ୍ରାମରେ । କାରଣ 10 ହଜାର ଲିଟର ବିଶିଷ୍ଟ ପାଣି ଟାଙ୍କି ରହିକି ଗ୍ରାମ ବାସି ଙ୍କୁ ପାନୀୟଜଳ ଅଭାବ ଦେଖା ଦେଇଥିବାରୁ ଗ୍ରାମ ବାସି ଅନେକ ଥର ଅଭିଯୋଗ କରିଛନ୍ତି। ଗ୍ରାମର ଅନେକ ନଳକୂପ ଅଚଳ ହୋଇପଡିଛି। ନନ୍ଦପୁରା ଗ୍ରାମ ପଞ୍ଚାୟତ ଦାଇତ୍ୱରେ ଥିବା ପିଇଓ ଅସିତ କୁମାର ସରକାର ଏଥିପ୍ରତି ଦୃଷ୍ଟି ଦେଉ ନଥଲେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ଏହି ଗ୍ରାମ ରେ ପ୍ରାୟ 2000 ରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି।ବାରମ୍ବାର ପିଇଅ ,ପାନୀୟଜଳ ବିଭାଗର ଜେଇଙ୍କୁ ଜଣାଇବା ପରେ ମଧ୍ୟ କିଛି ଫଳାଫଳ ମିଳୁନ ଥିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଆଗକୁ ଗ୍ରୀଷ୍ମ ଋତୁ ଆରମ୍ଭ ହେବାର ଅଛି ଏଭଳି ପରିସ୍ଥିତିରେ ଗ୍ରାମରେ ବରବେଳ ଖନନ କୁ ନେଇ ଗ୍ରାମବାସୀ ଆଶା ବନ୍ଦୀଛନ୍ତି ବହୁଦିନର ସମସ୍ୟା ସମାଧାନ ହେବ ବୋଲି ।

Comments
Loading...