ବିଜେପି ଛାଡ଼ିଲେ ଶତାଧିକ ଯୁବକ

ଡାବୁଗାଁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡାବୁଗାଁ ଓ ପାପଡାହାଣ୍ଡି ବ୍ଲକ ରୁ ଶତାଧିକ ଯୁବକ ଏବଂ କିଛି ଏକ୍ଟିବ ମେମ୍ବର ଦଳ ତ୍ୟାଗ କରିଥିବା ସୂଚନା ମିଳିଛି। ଦଳରେ ସେମାନେ ନିଜକୁ ଅଣଦେଖା ହେଉଥିବା ଏବଂ କାମ କରୁଥିବା ଲୋକ ମାନଙ୍କୁ ପଦ ପଦବୀ ନ ଦେଇ ବିଗତ ଦିନରେ ବିଜେପି ରୁ ଇସ୍ତଫା ଦେଇଥିବା ତଥା ଅନେକ ଦଳ ବିରୋଧୀ କାର୍ଯ୍ୟ ରେ ଲିପ୍ତ ଥିବା ଯୁବକ ମାନଙ୍କୁ ଅଗ୍ରାଧିକାର ଦିଆ ଯାଉଥିବା ଅଭିଯୋଗ କରିଛନ୍ତି। ଏ ଦିଗରେ ବାରମ୍ବାର ଜିଲ୍ଲା ପଦାଧିକାରୀ ମାନଙ୍କୁ ଅଭିଯୋଗ କରିବା ପରେ ମଧ୍ୟ ଅଭିଯୋଗ ର ଅଣଦେଖା ହୋଇଥିବା ଯୋଗୁଁ ଯୁବକ ମାନେ ସିଧାସଳଖ ରାଜ୍ୟ ସଭାପତି ଙ୍କୁ ନିଜ ଇସ୍ତଫା ପତ୍ର ଡାକ ଯୋଗେ ପଠାଇଛନ୍ତି। ଦଳର ଜଣେ ବରିଷ୍ଠ ଯୁବନେତା କହିବା ପ୍ରକାରେ ଗତ କିଛି ମାସ ହେଲା ସେମାନଙ୍କ ଆତ୍ମ ସମ୍ମାନ ଉପରେ ଆଘାତ ଲାଗିଛି। ସେମାନେ ଅନ୍ୟ ଦଳକୁ ଯାଉଛନ୍ତି କି ବୋଲି ପଚାରିବା ପରେ ସେ କହିଲେ ଆସନ୍ତା ହିନ୍ଦୁ ନବବର୍ଷ ପରେ ଏକତ୍ରିତ ହୋଇ ଆଗାମୀ କାର୍ଯ୍ୟ ପନ୍ଥା ଉପରେ ନିଷ୍ପତ୍ତି ନେବେ । ଯେଉଁ ମାନେ ବିଗତ ଦିନରେ ଦଳକୁ ବଞ୍ଚାଇଥିଲେ, ସେମାନଙ୍କୁ ମଧ୍ୟ ଅବହେଳା ପ୍ରଦର୍ଶନ କରା ଯାଉଛି। ଥାନା ରେ ଦାବି ପତ୍ର ଦେବା, ବ୍ଲକ ଘେରାଉ କରିବା ତଥା କରନା ସମୟରେ ଗାଁ ଗାଁ ବୁଲି ଲୋକଙ୍କ ସେବା କରିଥିବା ଯୁବକ ମାନଙ୍କୁ ଅବହେଳା କରିବା ଦୁର୍ଭାଗ୍ୟଜନକ ବୋଲି ସେ ସୂଚିତ କରିଛନ୍ତି। ଆଗାମୀ ଏପ୍ରିଲ ୧୩ ପରେ ପୁନଃ ଏକ ବୈଠକ ମାଧ୍ୟମରେ ଅଧିକ ରୁ ଅଧିକ ସାକାରାତ୍ମକ ଆଲୋଚନା କରାଯିବ ବୋଲି ସେ ସୂଚିତ କରିଛନ୍ତି। ଏହି ବିଷୟରେ ନବରଙ୍ଗପୁର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲା କିନ୍ତୁ ସେ ଫୋନ୍ ଉଠାଇଲେ ନାହିଁ।

Comments
Loading...