ପାପଡାହାଣ୍ଡି ବ୍ଲକରେ ଆମ ଓଡ଼ିଶା ନବିନ ଓଡ଼ିଶାରେ ନିମ୍ନ ମାନର ଗାଧୁଆ ଘାଟ ନିର୍ମାଣକରି ସରକାରୀ ପଇସାର ହରି ଲୁଟ ହେଉଛି

ବି:ଦ୍ରା:-ପାପଡାହାଣ୍ଡି ବ୍ଲକ ରେ ଚାଲିଛି ଠିକାଦାର ଓ ବ୍ଲକ ପ୍ରଶାସନର ମଧୁଚନ୍ଦ୍ରିକା

ନବରଙ୍ଗପୁର:-ପାପଡାହାଣ୍ଡି ବ୍ଲକରେ ଅମ ଓଡ଼ିଶା,ନବୀନ ଓଡ଼ିଶା ରେ ଆସୁଥିବା ଅର୍ଥ କୁ କିଭଳି ନିମ୍ନ ମାନର ନିର୍ମାଣ କାର୍ଯ୍ୟ କରି ମାଲାମାଲ ହେଉଛନ୍ତି ସରକାରୀ ଯନ୍ତ୍ରୀ ଓ ଠିକାଦାର ମାନେ ଏହାର ଗୋଟଏ ଜୁଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପାପଡାହାଣ୍ଡି ବ୍ଲକର ମକିଆ ପଞ୍ଚାୟତ ସିଲକଗୁଡ଼ା ଗ୍ରାମଠାରେ ଏକ ଗାଧୁଆ ଘାଟନିର୍ମାଣ କାର୍ଯ୍ୟରେ । ଏହି କାର୍ଯ୍ୟ ସକାଶେ ୨୦୨୩-୨୪ ଆର୍ଥିକ ବର୍ଷରେ ୩ ଲକ୍ଷ ଟଙ୍କା ଆସିଥିଲା । କିନ୍ତୁ ଏଠାରେ ଠିକାଦାର ଦିବାକର ସୁନା ଓ ସରକାରୀ ଯାନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକାରେ ନିମ୍ନ ମାନର ଗାଧୁଆ ଘାଟ ନିମାଣ କରାଯାଇଛି। ଏହି ଠିକାଦାର ନିଜେ ସ୍ବୀକାର କରିଛି ଏହି କାମରେ ୫୦,୦୦୦ ରୁ ୬୦,୦୦୦ ଖର୍ଚ୍ଚ ହୋଇଥିଲା ଓ ସରକାରୀ ଯନ୍ତ୍ରୀ ଏହା ବାବଦରେ ୧,୫୦,୦୦୦ ଟଙ୍କା ପିସି ବାବଦରେ ନେଇଛନ୍ତି। ହେଲେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ପାପଡାହାଣ୍ଡି ବ୍ଳକ ରେ ନିମ୍ନମାନର କାର୍ଯ୍ୟ କରି ସରକାରୀ ଯନ୍ତ୍ରୀ ଓ ଠିକାଦାର ମାନେ କିଭଳି ଅର୍ଥକୁ ହରି ଲୁଟ କରି ହେଉଛନ୍ତି ମାଲେମାଲ । ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ଏହାର ତଦନ୍ତ କରାଯାଉ ବୋଲି ବୁଦ୍ଧିଜୀବୀମାନେ ଆଲୋଚନା ହେଉଛି।

ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments
Loading...