ପାଣି ପାଇଁ ଚାନ୍ଦା କରି କୂଅ ଖୋଳିବାକୁ ପଡିଲା ଏହା “ଦୁର୍ଭାଗ୍ୟ ନା ବିଡମ୍ବନା”

ନବରଙ୍ଗପୁର : କୋଶଲ ନ୍ୟୁଜ୍ :-ଯାମୁଗୁଡା ଗାଁ କୁ ପିଚୁ ରାସ୍ତା ଆଉ ବିଜୁଳି ବତୀ ତ ପହଂଚି ଗଲା ହେଲେ , ଆଉ କେତେଦିନ କାଦ ଖସଡାରେ ଚାଲିବାକୁ ପଡିବ ଗାଁ ଲାକଙ୍କୁ l ଗାଁ ରେ ପିଇବା ପାଣି ପାଇଁ ନଳକୂପ ର ତ ବ୍ୟବସ୍ଥା ଅଛି ହେଲେ ପାଣି ପାଇଁ ଚାନ୍ଦା କରି କୂଅ ଖୋଳିବାକୁ ପଡିଲା ଏହା ଦୁର୍ଭାଗ୍ୟ ନା ବିଡମ୍ବନା ।
ଏହି ଗ୍ରାମରେ ଖପର ଘରେ ଦୀର୍ଘ ଦିନ ହେଲା ରହି ଆସୁଛନ୍ତି ପ୍ରାୟ 60 ପରିବାର ।ଏମାଙ୍କନ ଭାଗ୍ୟରେ ଆଉ କେତେ ବର୍ଷ ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଗ ହେବ l


ସବୁ ଥାଇ ନଥିବା ସାଙ୍ଗେ ସାମାନ ଏହି ଗାଁ ଯାମୁଗୁଡା, ଝରୀଗାଁ ବ୍ଲକ ତେଲନଦୀ ଗ୍ରାମପଂଚାୟତ ଠାରୁ ମାତ୍ର ଦୁଇ କିଲୋମିଟର ଦୂର ଏହି ଗାଁ l ଝରୀଗାଁ ବ୍ଲକ ର ବହୁ ଉପାନ୍ତ ଅଞ୍ଚଳ କୁ ଆଜି ଗମନା ଗମନ ଲାଗି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରାଯାଇଥିବା ସ୍ଥଳେ ଗାଁ ଗାଁ ରେ ବିଜୁଳି ପହଂଚି ପାରିଛି ସତ ହେଲେ ତା ମଧ୍ୟରେ ପ୍ରଶାସନ ହେଉ କି ରାଜନେତା ଙ୍କ ନଜରକୁ ଆସି ପାରୁନି ଏମିତି କିଛି ଗାଁ ଯେଉଁ ଗାଁ ରେ ସବୁ ଥାଇ ବି କିଛିନାହିଁ l ଏହି ଗାଁ ଯାମୁଗୁଡା ରେ ରହିଛି ତିନୋଟି ପଡା, ଦୁଇଟି ନଳକୂପ ରହିଥିବା ବେଳେ ଲୋକଙ୍କ ମିଳୁନି ଆବଶ୍ୟକ ପାଣି ପାଞ୍ଚ ହାଣ୍ଡି ପାଣି ମାରିଲେ ପୁଣି କିଛି ସମୟ ଅପେକ୍ଷା କରିବାକୁ ପଡୁଛି l ଯେଉଁଥିପାଇଁ ଗ୍ରାମବାସୀଙ୍କ ଚାନ୍ଦlରେ ନିର୍ମାଣ ହୋଇଛି ଗୋଟିଏ କୂଅ ଯାହା ତିନୋଟି ପଡ଼ାର ମଝିରେ ରହିଛି l ସେଇ ଏକମାତ୍ର କୂଅ ଉପରେ ଭରସା କରିଚାଲିଛନ୍ତି ଗ୍ରାମବାସୀ l ଏହି ଗାଁ ଟି ପଚାଶ ରୁ ଉର୍ଦ୍ଧ ବର୍ଷ ପୁରୁଣା ବୋଲି କୁହାଯାଉଥିବା ବେଳେ ଗାଁ ମଝିରେ କୌତୁହଳ ପୂର୍ଣ୍ଣ ଡ୍ରେନ ଟିଏ ନିର୍ମାଣ ହୋଇଛି ଯାହା କୌଣସି କାର୍ଯ୍ୟର ନୁଁହ l ବର୍ଷା ଦିନ ହେଲେ ଗାଁ ଟି ପୁରା କାଦ ଖସଡାରେ ଭରିଯାଉଥିବାରୁ ଗ୍ରାମବାସୀ ଙ୍କୁ ବହୁତ ସମସ୍ୟା ଭୋଗିବାକୁ ପଡୁଛି ତେଣୁ ଗାଁ ବାରଣ୍ଡା କଂକ୍ରିଟକରl ଯିବା ଆବଶ୍ୟକ ରହିଛି l ଏହାଛଡା ଗାଁ ରେ ଷାଠିଏ ରୁ ଉର୍ଦ୍ଧ ଘର ଥିବା ବେଳେ ମାତ୍ର ଚାରିଜଣ ଙ୍କ ଭାଗ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଜୁଟିଛି l *2022 ସୁଦ୍ଧା ସବୁ ଘର ପକା ଘର ହେବ, ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ଏହି ସ୍ବପ୍ନ କଣ ଅଧାରେ ରହିଯିବକି??* l ତେବେ ଗ୍ରାମବାସୀ ସରକାରଙ୍କୁ ଗୁହାରି କରିଛନ୍ତି, ସରକାର ଆମ ଗାଁ ପ୍ରତି ଟିକେ ନଜର ଦିଅ।

Comments
Loading...