ଡାବୁଗାଁ ନିର୍ବାଚନ ମଣ୍ଡଳୀର ଘୋଡ଼ା ଧନୁଆ ଗ୍ରାମ ରେ ଏକ ଅସ୍ଥାୟୀ ଗୋଶାଳା ର ଶୁଭାରମ୍ଭ ରେ ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ରଙ୍କ ଯୋଗଦାନ

ନବରଙ୍ଗପୁର ଜିଲ୍ଲା ରେ ଅବୈଧ ଗୋ ଚାଲାଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ, ଧିରେ ଧିରେ ହିନ୍ଦୁ ଗୋ ଭକ୍ତ ମାନଙ୍କ ଭିତରେ ଅସନ୍ତୋଷ ଭାବ ସୃଷ୍ଟି ହେଉଛି। ଗତ ଜୁଲାଇ ୧୩ ତାରିଖ ରେ ଡାବୁଗାଁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଘୋଡ଼ା ଧନୁଆ ଗ୍ରାମ ରେ ଏକ ଅସ୍ଥାୟୀ ଗୋଶାଳା ଶୁଭାରମ୍ଭ କାର୍ଯ୍ୟରେ ଯୋଗଦାନ କରି ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର ସିଧାସଳଖ ପ୍ରଶାସନ ର ଅବହେଳା ଯୋଗୁଁ ନବରଙ୍ଗପୁର ଜିଲ୍ଲା ରେ ଗୋହତ୍ୟା ଓ ଗୋ ଚାଲାଣ ବୃଦ୍ଧି ପାଉଥିବା ଅଭିଯୋଗ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଥିବା ହିନ୍ଦୁ ମହାସଂଘ କେନ୍ଦ୍ରୀୟ ମାର୍ଗଦର୍ଶକ ମଣ୍ଡଳୀ ଅଧ୍ୟକ୍ଷ ବ୍ରହ୍ମଅବଧୂତ ସୌଭାଗ୍ୟ ବାବା ମଧ୍ୟ ଗୋ ଚାଲାଣ ବୃଦ୍ଧି କୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଗତ ଜୁଲାଇ ବାର ତାରିଖ ରେ ଅବୈଧ ଗୋ ଚାଲାଣ ର ସୂଚନା ପାଇ ହିନ୍ଦୁ ମହାସଂଘ, ବିଶ୍ଵ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ମାନେ କୋଷାଗୁମୁଡା ଆସିଥିଲେ। ଗୋ ଭକ୍ତ ସନସାଏ ଭତରା ଙ୍କ ଲିଖିତ ଏତଲା ପ୍ରକାରେ ପୋଲିସ ଏକ କେସ ଦାଏର କରିଛି।

କେଶ ନଂ ୧୧୬/୨୦୨୧ ଧାରା ୩୭୯ ଅନୁସାରେ ଜଣକୁ ଗିରଫ କରିବା ସହ ପୋଲିସ ତଦନ୍ତ କରୁଛି। ବଜରଙ୍ଗ ଦଳ ପ୍ରମୁଖ ନବୀନ ପନକା, ଦୟାସିନ୍ଧୁ ଭତ୍ରା, ଗୋରକ୍ଷା ପ୍ରମୁଖ ନିଗମ ସାହୁ,ବରିଷ୍ଠ ଆଇନଜୀବି ଅରୁଣ ନାୟକ, କୋଷାଗୁମୁଡା ବ୍ଲକ ର ଜଣେ ରାଷ୍ଟ୍ର ବାଦୀ ଭାବେ ପରିଚିତ ଚିତ୍ତରଞ୍ଜନ ଦାସ, ଘେନୁ ପନକା ଏବଂ ଅନ୍ୟମାନେ ଗୋ ଚାଲାଣ କୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ଅସହାୟ ଗୋ ସମ୍ପଦର ସଂରକ୍ଷଣ ପାଇଁ ଘୋଡ଼ା ଧନୁଆ ଠାରେ ସନ୍ଥକବି ଭୀମଭୋଇ ଙ୍କ ନାମ ରେ ଏକ ଅସ୍ଥାୟୀ ଗୋଶାଳା ର ଶୁଭାରମ୍ଭ ହୋଇଛି। ପରବର୍ତ୍ତୀ ସମୟରେ ଏକ ସ୍ଥାୟୀ ଗୋଶାଳା ନିର୍ମାଣ କରିବା ପାଇଁ ହିନ୍ଦୁ ମହାସଂଘ, ବଜରଙ୍ଗ ଦଳ ଏବଂ ଘୋଡ଼ା ଧନୁଆ ଗ୍ରାମର ପ୍ରମୁଖ ବ୍ୟକ୍ତିମାନେ ଆଲୋଚନା କରିଥିଲେ।

କିଛି ଦିନ ପରେ ସମଗ୍ର ଜିଲ୍ଲାର ବିଭିନ୍ନ ବ୍ଲକରୁ ରୁ ଗୋ ଚାଲାଣ କୁ ରୋକିବା ପାଇଁ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ କରାଯିବ ବୋଲି ହିନ୍ଦୁ ମହାସଂଘ ର କାର୍ଯ୍ୟକର୍ତ୍ତା ମାନେ ବ୍ୟକ୍ତ କରନ୍ତି। ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments
Loading...