ଝାଲିଆଗୁଡା ସଂରକ୍ଷିତ ଜଙ୍ଗଲରୁ ଶାଗୁଆନ କାଠ ଜବତ ୪ ଗିରଫ

ନବରଙ୍ଗପୁର ଜିଲା ଡାବୁଗାଁ ବନ ବିଭାଗ ଜଙ୍ଗଲରୁ ଶାଗୁଆନ କାଠ ଚୋରୀ କରିବା ଅଭିଯୋଗରେ ୪ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ସୋମବାର ରାତ୍ରିରେ ଡାବୁଗାଁ ବନାଞ୍ଚଳ ଅଧୀନ ଝାଲିଆଗୁଡା ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଥିବା ଖବର ପାଇ ବନ କର୍ମଚାରୀ ମାନେ ନିଆଁ ଲିଭାଇବାକୁ ଯାଇଥିଲେ | ସେଠାରେ ନିଆଁ ଲିଭାଇବା ପରେ ଦେଖିଥିଲେ ଯେ ୪ ଜଣ ଲୋକ ଏକ ଶାଗୁଆନ ଗଛ କାଟି ୨ ଟି ଗଣ୍ଡି କରୁଥିବା ବେଳେ ବନ କର୍ମଚାରୀ ମାନେ ଧରିଥିଲେ | ପରେ ଉକ୍ତ ୪ ଜଣଙ୍କୁ ଡାବୁଗାଁ ବନାଞ୍ଚଳ କାର୍ଯ୍ୟ|ଳୟକୁ ଆଣିଥିଲେ | ସେଠାରେ ଥିବା ୩ ଫୁଟ ଗୋଲେଇ ୬ ଫୁଟ ଲମ୍ବା ଓ ୩ ଫୁଟ ଗୋଲେଇ ୧୫ ଫୁଟ ଲମ୍ବାର  ୨ ଟି କାଠ ଗଣ୍ଡିକୁ ଜବତ କରିଥିଲେ |  ଅଭିଯୁକ୍ତ ୪ ଜଣ ହେଲେ ଝାଲିଆଗୁଡା ଗ୍ରାମର ପଦମନ ଜାନୀ (୩୨), ଯତୀଶ ଭତରା (୨୫), କମଳସାଏ ଭତରା (୩୮) ଓ ଖଗେଶ୍ଵର ଭତରା (୪୨) | ସମସ୍ତ ଙ୍କୁ ମଙ୍ଗଳବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି | ଏନେଇ ଡାବୁଗାଁ ବନାଞ୍ଚଳ କାର୍ଯ୍ୟ|ଳୟ କେସ ନଂ ୨୧୯/୨୦୨୩-୨୪ ରେ ଏକ ମାମଲା ରୁଜୁ କରାଯାଇଛି | ଜବତ ହୋଇଥିବା କାଠ ର ଆନୁମାନିକ ସରକାରୀ ମୂଲ୍ୟ ୫୦ ହଜାରରୁ ଊର୍ଦ୍ଧ୍ଵ ହେବ ବୋଲି ବନାଞ୍ଚଳ ଅଧିକାରୀ ତଡିତ କୁମାର ସ୍ଵାଇଁ ସୂଚନା ଦେଇଛନ୍ତି | ଏହି  ଚଢାଉରେ ଡାବୁଗାଁ ବନପାଳ ଉମାକାନ୍ତ ପଟ୍ଟନାୟକ, ବନରକ୍ଷୀ ଉମାଶଙ୍କର ମିଶ୍ର, ମନୋରଞ୍ଜନ ନାୟକ, କାର୍ତ୍ତିକ ମାଝି ଓ ପାରା କର୍ମଚାରୀ ମାନେ ସାମିଲ ଥିଲେ |

Comments
Loading...